ଅଙ୍ଗନାଓ୍ବାଡି ଓ୍ବାର୍କରକୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ
କନ୍ଧମାଳ---- -କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଗୁଞ୍ଜିବାଡି ପଞ୍ଚାୟତର ଗଲେବାଡି ଗ୍ରାମର ଅଙ୍ଗନାଓ୍ବାଡି ଓ୍ବାକରକୁ ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି । ଖବର ଅନୂଯାୟୀ ସରକରୀ ପ୍ରାଥମିକ ବିଦ୍ୟାଳୟ ଗଲେବାଡି ସ୍କୁଲର ଆସିଷ୍ଟାଣ୍ଡ ଶିକ୍ଷକ ପ୍ରଭାତ କୁମାର ଉତ୍ତରାକବାଟ ଅଙ୍ଗନାବାଡି ଓ୍ବାର୍କର ପ୍ରୀୟତମା ପ୍ରଧାନ କେନ୍ଦ୍ରରେ ଏକା ଥିବାର ସୁଯୋଗ ନେଇ ତାଙ୍କ ସହିତ ଦୁଷ୍କର୍ମ କରିଥିବା ପ୍ରୀୟତମା ପ୍ରଧାନ ଅଭିଯୋଗ କରିଛନ୍ତି । ପ୍ରୀୟତମା ପ୍ରଧାନ କେନ୍ଦ୍ରରେ ବସି ଲେଖୁଥିବା ସମୟରେ ଶିକ୍ଷକ ଜଣକ ଘରେ ପସି ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି ।ଘଟଣା ଘଟିବା ସମୟରେ ତାଙ୍କ ସ୍ବାମୀ ଗୁଣମଣି ପ୍ରଧାନ ଛୁଆର ଦେହ ଦେଖାଇବାକୁ ଭୁବନେଶ୍ବର ଯାଇଥିଲେ ।ଏହାର ସୁଯୋଗ ନେଇ ଶିକ୍ଷକ ଘରେ ପସିଥିବା ଅଭିଯୋଗ ହୋଇଛି ।ସ୍ବାମୀ ଗୁଣମଣି ପ୍ରଧାନ ଫେରିଲା ପରେ ଘଟଣା ବିଷୟରେ ସ୍ବାମିକୁ କହିଥିଲେ ପ୍ରିୟତମା ।ଗୁଣମଣି ଏବିଷୟରେ ଶିକ୍ଷକକୁ ପଚାରିବାରୁ ଶିକ୍ଷକ ଜଣଙ୍କ ଉତକ୍ଷିପ୍ତ ହୋଇ ଅଙ୍ଗନାଓ୍ବାଡି ସ୍ବାମିଙ୍କ ଛାତିକୁ ବାଡେଇବାରୁ ତାଙ୍କ ଛାତି ମାଡ ହୋଇଥିବା ଜଣାପଡିଛି ।ଗୁଣମଣି ମଧ୍ୟ ରାଗରେ ଶିକ୍ଷକଙ୍କୁ ଏକ ପୋଲରେ ବାନ୍ଧି ପଥର ଦ୍ବାରା ଆକ୍ରମଣ କରି ଶିକ୍ଷକଙ୍କ ମୁଣ୍ଡ ଫଟାଇ ଦେଇଥିବା ଜଣାପଡିଛି ।ଗୁଣମଣି ୧୦୧କୁ ଫୋନ କରିଥିଲେ ମଧ୍ୟ ପୋଲିସ ଘଟଣା ସ୍ଥଳକୁ ପହଞ୍ଚିନଥିବା ଅଭିଯୋଗ ହୋଇଛି ।ବତ୍ତମାନ ଆସିଷ୍ଟାଣ୍ଡ ଶିକ୍ଷକ ପ୍ରଭାତ କୁମାର ଉତ୍ତରା କବାଟ ଭୟରେ ଛୁଟିରେ ଥିବା ଜଣାପଡିଛି ।ଶିକ୍ଷକଙ୍କ ଏଭଳି କାଯ୍ୟକଳାପକୁ ଗ୍ରାମବାସୀ ନିନ୍ଦା କରିବା ସହିତ ଉକ୍ତ ଶିକ୍ଷକଙ୍କୁ ଦୃଢ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ଗ୍ରାମବାସୀ ଦାବୀ କରିଛନ୍ତି । କନ୍ଧମାଳରୁ ମନୋଜ କୁମାର ପଣ୍ଡା


