ପୁଲୱାମା ସହିଦ ସ୍ମରଣ ଦିବସରେ ନୂଆ ଆଲୋକ ତରରୁ କ୍ୟାଣ୍ଡେଲ ଶୋଭା ଯାତ୍ରା
ବରୀ----ଅଗ୍ରଣୀ ସମାଜ ସେବା ସଂଗଠନ ନୂଆ ଆଲୋକ ତର‘ରୁ ବରୀ ବ୍ଲକ ଅଭିମନ୍ୟୁ ବାଲିଆ ଠାରେ ୨୦୧୯ ଫେବୃଆରୀ ମାସ ଆଜି ତାରିଖରେ ସହିଦ ହୋଇଥିବା ଭାରତ ମାତାର ବୀର ଯବାନ ମାନଙ୍କ ଉଦ୍ଦେଶ୍ୟରେ ଆଜି ସଂଧ୍ୟାରେ ଏକ ମହମ ବତି ଶୋଭା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଟାନର ବରିଷ୍ଠ ସଦସ୍ୟ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯୟକ୍ରମ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଆକାଶ ବାହିନୀ ର ସୈନିକ ଅଭିମନ୍ୟୁ ବାଲିଆ ମାଟିର ପୁଅ ବିରଞ୍ଚି ନାରାୟଣ ମିଶ୍ର କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଅତିଥି ଭାବେ ଆସି ସେଦିନ ପୁଲୱାମାର ଲୋମ ହର୍ଷଣ କାରୀ ସମୟକୁ ବର୍ଣ୍ଣନା କରିଥିଲେ । ଶତାଧିକ ଯୁବକ ଓ ଶିଶୁ ମିଳିତ ହୋଇ ସହିଦ ମାନଙ୍କୁ ନିରବ ପ୍ରାର୍ଥନା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।ଭାରତ ମାତାର ଜୟଗାନ କରିଥିଲେ । ନୂଆ ଆଲୋକର ନିର୍ଦ୍ଦେଶକ ଜନ୍ମେଜୟ ମହାନ୍ତି ଓ ସଭାପତି ଶରତ କୁମାର ଜେନା ,ଅଜୟ କୁମାର ଜେନା, ଚୈତନ୍ୟ ଚରଣ ଜେନା, ରବିନ୍ଦ୍ର କୁମାର ଦାସ, ରବିନ୍ଦ୍ର ନାଥ ମିଶ୍ର, ନିରଂଜନ ସାହୁ, ଜିତେନ୍ଦ୍ର ଜେନା, ରତିରଂଜନ ଜେନା , ସରୋଜ କାନ୍ତ ଜେନା, ଅଭିନ୍ନ ଚନ୍ଦ୍ର ଜେନା, ସ୍ନେହାଶୁ ଜେନା,ମିଲନ ଜେନା,ସୈାମ୍ୟ ରଂଜନ ଜେନା, ସତ୍ୟଜିତ ଜେନା, ସଂବିତ ରାୟ, ଆଷିଶ ଜେନା,ବିଶ୍ୱଜିତ ସାହେବରାୟ, ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ



