ଜଡତିରା ଗ୍ରାମପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ ; ସରପଞ୍ଚ ଓ କାର୍ଯ୍ୟନିବାହୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ
କୁଜଙ୍ଗ--- ରାଜ୍ୟ ସରକାର ୫ଟି ଓ ମୋ ସରକାର ଆଦି ଲାଗୁ କରି ବ୍ଲକ ସ୍ତରରେ ବିଭିନ୍ନ ଯୋଜନାରେ ସ୍ୱଛତା ଆଣିବାରେ ପ୍ରୟାସ ଆରମ୍ଭ କରିଛନ୍ତି । ମାତ୍ର ଏହା କେତେଦୁର କାର୍ଯ୍ୟକାରୀ କରାଯାଉଛି ତାହା ଦେଖିବା ପାଇଁ ସତେ ଯେପରି କେହି ନାହାନ୍ତି । ତିତ୍ତୋଲ ବ୍ଳକ ର ଜଡତିରା ପଞ୍ଚାୟତତରେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନିତୀ ଅଭିଯୋଗ କରି ସ୍ଥାନୀୟ ପଞ୍ଚାୟତର ଜନସାଧାରଣ ବିଶେଷ କରି ମହିଳା ମାନେ ବ୍ଳକ କାର୍ଯ୍ୟାଳୟ ପରିସରରେ ନାରାବାଜି କରିଥିଲେ । ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହିତାଧିକାରୀ ମାନେ ନିଜର ଅସନ୍ତୋଷ ବ୍ୟକ୍ତ କରି ବିଡିଓଙ୍କ କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ହୋ ହୋଲ୍ଲା କରିଥିଲେ । ଏସବୁ ଦୁର୍ନୀତୀରେ ପ୍ରତ୍ୟେକ୍ଷ ଭାବେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିବାହୀ ଅଧିକାରୀ ସଂପୃକ୍ତି ଥିବା ଲିଖିତ ଅଭିଯୋଗ କରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟ।।ନୁଷ୍ଠାନ ଦାବୀ କରିଛନ୍ତି । ହରିଶ୍ଛନ୍ଦ୍ର ଯୋଜନାରେ କିଛି ମୃତବ୍ୟକ୍ତିଙ୍କ ନାମରେ ପଞ୍ଚାୟତ କାଗଜପତ୍ରରେ ଅର୍ଥରାଶି ବିଲ କରାଯାଇଥିବାବେଳେ ବାସ୍ତବସ୍ଥଳେ ସେମାନଙ୍କୁ ଶବ ସତ୍କାର ପାଇଁ ଅନୁଦାନ ରାଶିକୁ ଦିଆଯାଇନାହିଁ । ଅନ୍ୟପକ୍ଷେ ଜୀବିତ ଥିବା ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ତାଙ୍କ ନାମରେ ଟଙ୍କା ହଡପ ହୋଇଛି ବୋଲି ଅଭିଯୋଗ କରିଥିଲେ । ସେହିପରି ଆବାସ ଯୋଜନାରେ ପଞ୍ଚାୟତର ଗରିବ ବାସହୀନ ପରିବାରଙ୍କୁ ସାମିଲ କରା ନଯାଇ କୋଠା ଘର ଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଯୋଗାଇ ଦିଆଯାଇଛି, ଆବାସ ଯୋଜନା ପାଇଁ ଲାଞ୍ଚ ମାଗୁଥିବୋ, ପଞ୍ଚାୟତର ବହୁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭତ୍ତା ଓ ଆବାସ ଯୋଜନାରେ ସାମିଲ କରାଯାଉ ନାହିଁ ବୋଲି ଅଭିଯୋଗ କରିଥିଲେ । ସେହିପରି ପଞ୍ଚାୟତରେ ଗ୍ରାମ୍ୟଜଳ ଯୋଗାଣ ମରାମତି ନାମରେ ନଳକୂପ ପ୍ଲାଟଫର୍ମ ନିର୍ମାଣ, ନଳଜୂପ ଯନ୍ତ୍ରାଂଶ କିଣା ନାମରେ ଲକ୍ଷଲକ୍ଷ ଟଙ୍କା ହରିଲୁଟ କରାଯାଇଥିବା ସମ୍ପର୍କରେ ଅଭିଯୋଗ କରିଥିଲେ । ଏଦିଗରେ ଦତନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ଶ୍ରୀ ପରିଡା ଆଶ୍ୱାସନା ଦେଇଥିଲେ । ପରେ ପଞ୍ଚାୟତର ଜନସାଧାରଣ ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳ ସଂଗ୍ରାମୀ କେଶରୀ ମହାପାତ୍ରଙ୍କୁ ଭେଟି ଜଡତିରା ଗ୍ରାମପଞ୍ଚାୟତରେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ପାଇବା ସହ ହିତାଧିକାରୀଙ୍କ ଠାରୁ ସମସ୍ତ ବିସୟରେ ଅବଗତ ହେବା ପରେ ଜିଲାପାଳ ଏସମ୍ପର୍କରେ ଅବଗତ ହେବା ପରେ ଏହାର ତଦନ୍ତ କରିବାକୁ ଡିଆରଡିଏ ପ୍ରକଳ୍ପ ନିର୍ଦେଶଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର



