ads

Breaking News

୯ମାସ ହେଲା ଅଚଳ ନିମାପଡ଼ା ଶୀତଳଭଣ୍ଡାର : ଚାଷୀ ମୁଣ୍ଡରେ ଚଡକ,ଶୁଣୁ ନାହାନ୍ତି ପ୍ରଶାସନ


  ପୁରୀ----- ଚାଷୀ ଏବେ ଚିନ୍ତାରେ, ଦୀର୍ଘ ୯ ମାସ ହେଲା ଅଚଳ ଅବସ୍ଥାରେ ପଡ଼ି ରହିଛି ପୁରୀ ଜିଲ୍ଲା ନିମାପଡ଼ା ଶୀତଳଭଣ୍ଡାର । ଏପରିକି ଗତ ୨୦୧୯ ମେ ୩ତାରିଖରେ ହୋଇଥିବା ପ୍ରଳୟଙ୍କାରୀ ବାତ୍ୟା ଫନୀ ରେ ଏହି ଶୀତଳଭଣ୍ଡାର ର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବିଭିନ୍ନ ଯନ୍ତ୍ରପାତି ନଷ୍ଟ ହୋଇଯାଇଥିଲା। ଏବେ ଛାତରୁ ପ୍ଲାଷ୍ଟର ଖସି ଥିବା ଦେଖିବାକୁ ମିଳିଛି। ଏପରିକି ଦୀର୍ଘ ଦିନ ହେଲା କୋଲଷ୍ଟୋରରେ ଲାଗିରହିଥିବା ଅଗ୍ନି ନିର୍ପାପକ ଯନ୍ତ୍ର ଅଚଳ ହୋଇପଡ଼ିଥିବା ବେଳେ ଏଥିପ୍ରତି ମଧ୍ୟ କେହି ଦୃଷ୍ଟି ଦେଉନାହାନ୍ତି। ଫଳରେ କେତେବେଳେ ଯେ ଅଘଟଣ ଘଟିବ ତାହା କହିହେବ ନାହିଁ। ମୋଟାମୋଟି ଭାବେ ଏହି ଶୀତଳଭଣ୍ଡାର ଏବେ ଅଚଳ ହୋଇପଡିଛି। ଗତ ଫନୀରେ ଏହି ଷ୍ଟୋର ରେ ହଜାର ହଜାର ଚାଷୀ ଙ୍କ ଲକ୍ଷ ଲକ୍ଷ ଟଙ୍କା ର ଆଳୁ ପନିପରିବା ନଷ୍ଟ ହୋଇଯାଇଥିବା ବେଳେ ଏବେ ପନିପରିବା ରଖିବା ପାଇଁ ଶୀତଳଭଣ୍ଡାର ଅଚଳ ହୋଇପଡିଛି । ଏବେ ଆଳୁ ରଖିବା ପାଇଁ ଚାଷୀ ଆଗତୁରା ଟୋକନ  ପାଇଁ ଆସିବାରୁ  ଶୀତଳଭଣ୍ଡାର ଅଧିକାରୀ ଦେବାପାଇଁ ମନା କରି ଦେଉଛନ୍ତି । ଯାହା ଫଳରେ କି  ହଜାର ହଜାର ଚାଷୀ ଙ୍କ ମୁଣ୍ଡରେ ଏବେ  ଚଡକ ପଡିଛି।  ଶୀତଳଭଣ୍ଡାର ର ଏଭଳି ଅବସ୍ଥା, ଏବେ କୋଉଁଠି ଆଳୁ ରଖିବୁ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ ।

ସେପଟେ ଅଚଳ ଶୀତଳଭଣ୍ଡାର କୁ ମରାମତି କରି ସଚଳ କରିବା ପାଇଁ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ସ୍ଥାନୀୟ ବିଧାୟକ,  ସମବାୟ ସମିତି ମନ୍ତ୍ରୀ , କୋପରିଟିଭ ରେଜିଷ୍ଟାର,ଡେପୁଟି କମିସନର ,ପିଡି, ପୁରୀ -ନିମାପଡ଼ା ସମଵାୟ ସମିତି ସଭାପତି, ଡେପୁଟି ଡାଇରେକ୍ଟର ହଟିକଲଚର ଆଦି ବିଭିନ୍ନ ଦପ୍ତରରେ ବାରମ୍ଵାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ କୋଣସି ସୁଫଳ ମିଳୁନାହିଁ ବୋଲି କହିଛନ୍ତି ଶୀତଳଭଣ୍ଡାର ମ୍ୟାନେଜର ପୂର୍ଣ ଚନ୍ଦ୍ର ରଥ ।
ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଷ୍ଟୋର ର ଚ୍ୟାୟାରମ୍ୟାନ ପୁରୀ ଜିଲ୍ଲାପାଳ ରହିଥିଲେ ମଧ୍ୟ ତାଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସେ କୌଣସି କାର୍ଯ୍ୟନୁଷ୍ଠାନ ନେଉନାହାନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଶୀତଳଭଣ୍ଡାର ଟି ଏପରି ଅଭାବନୀୟ ସ୍ଥିତି ରେ ରହିଛି ଯେ ତାହା କେତେବେଳେ ଭୁଷୁଡି ପଡିବ ତାହା କହିହେବ ନାହିଁ।  ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts