ads

Breaking News

ପ୍ରଶାସନର ଅବହେଳା ତଥା ଅପାର ଗତାକୁ ନେଇ ତେଜୁଛି ଜନ ଅସନ୍ତୋଷ.


  ବରଗଡ଼ --- ବରଗଡ଼ ଜିଲ୍ଲା ଏକ କୃଷି ଓ ଆଧ୍ୟାତ୍ମିକ ଅଞ୍ଚଳ କହିଲେ ଅତ୍ୟୁକ୍ତି ହେବ ନାହିଁ ।  ଏଠାରେ ଏବେ ମଦ,ସଟ୍ଟା, ଜୁଆ,ଘୁଡୁଘୁଡୁ ପଟ୍ଟୀ ତଥା ପୁର ପଲ୍ଲୀରେ ନିତିଦିନିଆ ଭାବେ ଖେଳ ଚାଲିଛି ।  ପୋଲିସ ପ୍ରଶାସନର ଆଢୁଆଳରେ ଦାନା ବାନ୍ଧୁଥିବା ଅସାମାଜିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବିଗତ ୨୦୨୦ରେ ସ୍ୱର ଉତ୍ତୋଳନ କରିଥିଲେ। ଅତାବିରା ପୋଲିସ ପ୍ରଶାସନକୁ ଚେତେଇ ଦେବାପାଇଁ ଅତାବିରା ବିଜେଡି କର୍ମୀ ତଥା ନିର୍ବାଚିତ ପ୍ରତିନିଧି ମାନେ ଅଣ୍ଟା ଭିଡିଥିଲେ ।ଏବଂ ଉକ୍ତ ସମସ୍ୟାକୁ ନେଇ ୭ଦିନ ସମୟ ଭିତରେ ବନ୍ଦ କରିବା ସହ ଅସାମାଜିକ ବ୍ୟକ୍ତି ବିଶେଷଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ଅତାବିରା ଥାନାଧିକାରୀଙ୍କ ଜରିଆରେ ବରଗଡ଼   ଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ,ସମ୍ବଲପୁର ଡିଆଜି,୫ଟି ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ  । ଏ ପର୍ଯ୍ୟନ୍ତ ପ୍ରଶାସନର ନିଦ ଭାଙ୍ଗି ନାହିଁ ବୋଲି ଲୋକମାନେ କହନ୍ତି । ତେବେ ଏନେଇ କାଁ ଭାଁ ଛୋଟ ମାଛକୁ ଧରି ନିଜର ବାଃ ବାଃ ନେଇ ବଡ ବଡ ମାଫିଆଙ୍କୁ ଘଣ୍ଟ ଘୋଡାଇ ରଖିବା ଘଟଣା ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।  ଆଜି ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ମାରୱାଡ଼ି  ଧର୍ମଶାଳା ଠାରେ ବିଭିନ୍ନ ଅନୁଷ୍ଠାନ,ସଚେତନ ନାଗରିକ,ଆଇନଜୀବୀ,ବରିଷ୍ଠ ନାଗରିକ,ନିର୍ବାଚିତ କାଉନସିଲର,ବ୍ୟବସାୟୀ ସଂଘ,ବିଭିନ୍ନ ରାଜନୈତିକ ଦଳ ତଥା ଅତାବିରାର ବିଭିନ୍ନ ଗଣ ମାଧ୍ୟମ ପ୍ରମୁଖଙ୍କୁ ନେଇ ଏକ ବିସ୍ତୃତ ବୈଠକ ଅନୁଷ୍ଠିତ ହୋଇଛି ।ବୈଠକରେ ସର୍ବ ସମ୍ମତୀ କ୍ରମେ ଏସବୁ ସମସ୍ୟା ସହ ରାଜରାସ୍ତା କଡରେ ଥିବା ସରକାରୀ ମଦ ଦୋକାନ ତଥା ଦେଶୀ ମଦ ଭାଟି ଅଞ୍ଚଳରୁ ସ୍ଥାନାନ୍ତର  ଉପରେ ବିଷଦ ଆଲୋଚନା କରାଯାଇଥିଲା । ଆଗାମୀ ୧୫ତାରିଖରେ ଶାନ୍ତି ପୂର୍ଣ୍ଣ ଭାବେ ଅତାବିରା ଥାନା ଘେରାଉ କରାଯିବ ।  ଯେ ପର୍ଯ୍ୟନ୍ତ ଏସବୁ ସମସ୍ୟା ଗୁଡିକୁ ହଟା ନ ଯାଇଛି ସେତ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିବା ଜଣାପଡିଛି । ଲିଖିତ ଭାବେ ଜଣାଇବାର ୩ଦିନ ପରେ ଵିଜ୍ଞାପିତ ଅଞ୍ଚଳର ନିର୍ବାଚିତ ପ୍ରତିନିଧି ମାନେ ପୁଣି ସଟ୍ଟା,ଜୁଆ,ମଦ,ଘୁଡୁଘୁଡୁ ପଟ୍ଟୀ ଆଦି ଅସାମାଜିକ କାର୍ଯ୍ୟ କଳାପକୁ ନେଇ ଥାନାଧିକାରୀଙ୍କୁ ଦୃଷ୍ଟି ଦେବାପାଇଁ କହିବାରୁ ଅଧିକାରୀ ନାଲି ଆଖି ଦେଖାଇ ଜର୍ଜରିତ ହେବାରୁ ପ୍ରତିନିଧି ଦଳ ଫେରି ଆସିଥିଲେ।ଏହି ଘଟଣାକୁ କେନ୍ଦ୍ର କରି ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ସାଧାରଣରେ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଦେଖିବାକୁ ବାକି ରହିଲା ଯେ ଏନେଇ ଆଗାମୀ ୧୫ ତାରିଖ ମଧ୍ୟରେ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts