ବାଲୁକା କଳା ମାଧ୍ୟମରେ କୋରାନା ଭାଇରସ ବାର୍ତ୍ତା
ପୁରୀ - ପୁରୀ ଲାଇଟ୍ ହାଉସ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ କୋରୋନା ଭାଇରସ ରୁ ରକ୍ଷା ପାଇବା ପାଇଁ ସଚେତନର ବାର୍ତ୍ତା ଦେଇଛନ୍ତି। ବର୍ତ୍ତମାନ ସମୟରେ କୋରୋନା ଭାଇରସ ଧିରେଧିରେ ମହାମାରୀ ର ରୂପ ନେବାକୁ ଯାଉଛି। ଏହି ଭାଇରସ ବର୍ତ୍ତମାନ ସାରା ବିଶ୍ବକୁ ବ୍ୟାପି ଚାଲିଛି।ଏହି ଭାଇରସ କୁ ମୁକାବିଲା କରିବା ପାଇଁ ସଚେତନତା ହଁ ଏକମାତ୍ର ଉପାୟ । ସେଥିପାଇଁ ସଚେତନତା ଭିତ୍ତିକ ବାଲୁକା କଳା ନିର୍ମାଣ କରି ଏହି ରୋଗରୁ କିପରି ଦୁରରେ ରହିପାରିବ ତାହା ସମାଜ କୁ ସଚେତନ କରାଇଛନ୍ତି। ଏହି ବାଲୁକା କଳା ଟି ୧୫ ଫୁଟ ଓସାର ବିଶିଷ୍ଟ ହୋଇଛି । ପୁରୀ ରୁ ଜୟନ୍ତ କୁମାର ସେଠୀ



