ads

Breaking News

ଗୁରୁଶିଷ୍ୟ ପରମ୍ପରାକୁ ବଜାୟ ରଖିଛି ଲାଦେରପାଲି ସେବାଶ୍ରମ.



  ବରଗଡ଼----  ବରଗଡ଼  ଜିଲ୍ଲା ଅତାବିରା ଏନଏସି ସ୍ଥିତ ଲାଦେରପାଲି ସେବାଶ୍ରମ ବିଦ୍ୟାଳୟରେ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି ।  ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷା ପ୍ରତିମା ବାଦୀଙ୍କ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ଦୀପାଞ୍ଜଳି ଭରସାଗର,ୱାର୍ଡ ନଂ ୯ କାଉନସିଲର ଆରତୀ ନାଏକ,ୱାର୍ଡ ନଂ ୧୦ର କାଉନସିଲର ସୁରେଶ୍ୱରୀ ପାଣ୍ଡେ ସମ୍ବାନୀତ ଅତିଥିଭାବେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ଆସିଥିବା ଅତିଥି ମାନଙ୍କ ଦ୍ୱାରା ବାଗ ଦେବୀ ମାଁ ସରସ୍ୱତୀ ଙ୍କ ଫଟୋ ଚିତ୍ରରେ  ଦ୍ବୀପ ପ୍ରଜ୍ବଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଛାତ୍ରି ଜନମିନି ଓରାମ,ରୂପାଲି ଭୋସାଗର ଓ ରାନି ଖଡ଼ିଆ ପ୍ରମୁଖ ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ହେଇଥିଲା। ଶିକ୍ଷକ ସରୋଜ ସେଟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ କଂଗ୍ରେସ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ। ଶିକ୍ଷୟିତ୍ରୀ ସ୍ନେହଲତା ଭୁଏ ସମସ୍ତ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ। ଉତ୍ସବରେ ୧୯୪୮ ମସିହାରୁ ଅବସ୍ଥାପିତ ସେବାଶ୍ରମ ସ୍କୁଲର ଗୁରୁ ଶିଷ୍ୟର ପରମ୍ପରାକୁ ବଜାୟ ରଖିଛି ବୋଲି ମଞ୍ଚାସିନ ଅତିଥିମାନେ ମତ ପ୍ରକାଶ କରିଥିଲେ।ପୂର୍ବରୁ ହେଇଥିବା ବିଭିନ୍ନ ପ୍ରତିଯୋଗିତାରେ ୯୦ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ସହ ଟ୍ରଫି ପୁରସ୍କୃତ କରାଯାଇ ଥିଲା। ସେହିପରି ସବୁ କ୍ଷେତ୍ରରେ ଚମ୍ପିୟାନ ହେଇଥିବା ବରିଷ୍ଠ ବର୍ଗର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନମିନି ଓରାମ ଓ କନିଷ୍ଠ ଵର୍ଗରେ ପଞ୍ଚମ ଶ୍ରେଣୀ ଛାତ୍ର ବିବେକ ଭୁଏଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ପୁରସ୍କାର କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ୧୮ଟି ନୃତ୍ୟ ସହ "ଜୀବନ କୋଶଳ ଶିକ୍ଷା" ଉପରେ ଆଧାରିତ ନାଟକ ସ୍କୁଲ ତଥା ଗ୍ରାମବାସୀଙ୍କୁ ମନମୁଗ୍ଧ କରିଥିଲା।ଏହି ଉତ୍ସବକୁ ଶିକ୍ଷୟିତ୍ରୀ ପିନୋଲିଓନା ଦାଶ,ପୁଷ୍ପାଞ୍ଜଳି ଭୁଏ,ପରିଚାଳନା କମିଟିର ଉପାଧ୍ୟକ୍ଷା  ବିଦ୍ୟାଧର ପାଇକ,ଲାଦେର ପାଳିର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବିକ,ଅଭିଭାବିକା ତଥା ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ ।  ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ପାର୍ଥବୀ ଅର୍ଗଳ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts