ads

Breaking News

ମାଧ୍ୟମିକ ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ଦା ମୁଳକ ଶିକ୍ଷା



ପିପିଲି-ସରକାରଙ୍କ ପକ୍ଷରୁ ମାଧ୍ୟମିକ ଶିକ୍ଷାରେ ଯୋଡି ହେଲାଣି ଧନ୍ଦା ମୂଳକ ଶିକ୍ଷା । ଦୁଇଟି ଧନ୍ଦା ମୂଳକ ଶିକ୍ଷା ଯଥା ବୈଷୟିକ ଶିକ୍ଷା ସହିତ ଇଞ୍ଜିନିୟରିଂ ଶିକ୍ଷା ସବୁ ହାଇସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରାଯିବ । ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାରେ ତାଲିମ ଦିଆଯାଇ ସେମାନଙ୍କ ଭବିଷ୍ୟତ ଗଠନ ପାଇଁ ନୁତନ ଞ୍ଜାନ କୈାଶଳ ପ୍ରୟୋଗ କରାଯିବ। ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ଖୁଚୁରା ବ୍ୟବସାୟ ପାଠ୍ୟକ୍ରମରେ ଦାଣ୍ଡମୁକୁନ୍ଦପୁର ଗୋପବନ୍ଧୁ ମେମୋରିଆଲ ସରକାରୀ ଉଚ୍ଚ ବିଦ୍ୟାଳୟର ୩୦ରୁ ଅଧିକ ଛାତ୍ରଛାତ୍ରୀମାନେ ପୁରୀ ଜିଲ୍ଲା ଅଧିନ ତେଇସିପୁରସ୍ଥିତ ରାଜ୍ୟ କତା ଶିଳ୍ପ ତାଲିମ କେନ୍ଦ୍ର ଶିବିରକୁ ପରିଦର୍ଶନ କରିଛନ୍ତି । ଏହି ତାଲିମ ଶିଳ୍ପ କେନ୍ଦ୍ରରୁ କତାରୁ ତିଆରୀ ବିଭିନ୍ନ ସାମଗ୍ରୀ ବିଷୟରେ ବୁଝିବା ସହ ନିଜେ କିପରି ଧନ୍ଦା ମୁଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିବେ ସେ ବିଷୟରେ ବୁଝି ନେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ମିଶ୍ର,ଭୋକେସନାଲ ଇନଚାର୍ଜ ଅଶୋକ କୁମାର ସ୍ୱାଇଁ ,ଖୁଚୁରା ବ୍ୟବସାୟୀ ପ୍ରଶିକ୍ଷକ ଇତିଶ୍ରୀ ମନ୍ଦାକୀନି ନନ୍ଦ ଓ ଶିକ୍ଷକ ଯୁବରାଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଧନ୍ଦା ମୁଳକ ଶିକ୍ଷା କ୍ଷେତ୍ରରେ ବ୍ୟବସାୟିକ ଞାନ କୈାଶଳ ଉପରେ ସହଯୋଗ କରିଥିଲେ ।
 ପିପିଲି ରୁ ବିଜୟ କୁମାର ମହାପାତ୍ର

ads

Blog Archive

Popular Posts