ads

Breaking News

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା

ବରୀ--- ବରୀ ନିର୍ବାଚନ ମଣ୍ଡଳୀ ଅଧିନ ସାହାସପୁର ପଞ୍ଚାୟତ ସାହାସପୁର ଗ୍ରାମର ଶତ୍ରୃଘନ ଦାସଙ୍କ ୨ ବଖରା ଛଣଛପର ଘରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି ।ଏଥିରେ ୨ ବଖରା ଘର ସମ୍ପୂର୍ଣ୍ଣ  ପୋଡି ନଷ୍ଟ ହେବା ସହିତ  ଦୋକାନ ଗୃହର  ଆସବାସ ପତ୍ର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ବରୀ ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡିନଥିବା ସୂଚନା ମିଳିଛି । ମାତ୍ର ଏହି ଅଗ୍ନିକାଣ୍ଡରେ ପ୍ରାଥମିକ ଆକଳନରୁ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ଯାଇଥିବା ଜଣାପଡିଛି । ଅଗ୍ନି ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive

Popular Posts