ଜନ ଡି ଆର ଏଫ ପକ୍ଷରୁ ବିଶ୍ଵ ସ୍ତରୀୟ ମକଡ୍ରିଲ ପାଇଁ ପ୍ରସ୍ତୁତି ଶେଷ
ପୁରୀ----- ଆସନ୍ତା ୧୨ତାରିଖ ରେ ଏନ ଡି ଆର ଏଫ ପକ୍ଷରୁ ବିଶ୍ଵ ସ୍ତରୀୟ ମକଡ୍ରିଲ କୋଣାର୍କ ରାମଚଣ୍ଡୀ ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟ ରେ ପହଞ୍ଚିଛି । ବାତ୍ୟା, ବନ୍ୟା, ସୁନାମି, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ରୁ କିଭଳି ଉପକୂଳ ବର୍ତ୍ତୀ ଲୋକ ମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ବିଶ୍ଵ ଐତିହ୍ୟ କୁ ସୁରକ୍ଷା ଦିଆଯାଇ ପାରିବ ସେ ନେଇ ମକଡ୍ରିଲ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବ । ବିଶେଷକରି ଭାରତ ସମେତ ଶ୍ରୀଲଙ୍କା, ଭୁଟାନ, ବାଙ୍ଗଲାଦେଶ, ନେପାଳ, ଥାଇଲାଣ୍ଡ, ମିଆଁମାର ଆଦି ୭ ଗୋଟି ଦେଶ ର ପ୍ରତିନିଧୀ ମାନେ ଏଥିରେ ଭାଗ ନେବା ସହିତ ସ୍ଥାନୀୟ ଲୋକ ମାନଙ୍କୁ ଏଥିରେ ସାମିଲ କରାଯିବ ବୋଲି ଏନଡିଆରଏଫ ପକ୍ଷରୁ ସୂଚନା ମିଳିଛି। ରାମଚଣ୍ତୀ ମୁହାଣ ନିକଟରେ କୋଣାର୍କର ମଡେଲ ଗ୍ରାମ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ କୋଣାର୍କ ସୂର୍ଯ୍ୟମନ୍ଦିର, କୋଣର୍କ ର ବିଭିନ୍ନ ହୋଟେଲ, କୋଣାର୍କର ପ୍ରାକୃତିକ ପରିବେଶ ସହିତ ଜଙ୍ଗଲ ଓ କୋଣାର୍କର ଜନବସତି ଅଞ୍ଚଳକୁ ଏହି ମଡେଲ ମାଧ୍ୟମରେ ଦେଖାଯାଇଛି । ଭୂବନେଶ୍ଵର ଠାରେ ଏହି କାର୍ଯ୍ୟକ୍ରମ ଅରମ୍ଭ ହୋଇ ଆସନ୍ତା ୧୨ ତାରିଖ ରେ କୋଣାର୍କ ରାମଚଣ୍ତୀ ଓ ୧୩ ତାରିଖରେ ପୁରୀ ରେ ଏନଡିଆରଏଫ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି ।
ପୁରୀ ରୁ ଜୟନ୍ତ କୁମାର ସେଠୀ



