ବରୀ ବ୍ଲକରେ ସମାଜ ସେବା ସଂଗଠନ ସମ୍ମେଳନ
ବରୀ---- ବରୀ ବ୍ଲକର ସଭାଗୃହ ପରିସରରେ ସ୍ୱେଚ୍ଛାସେବୀ ସଂଗଠନ ଉତ୍କଳ ସାଇନସ୍ କ୍ଲବ ଦ୍ୱାରା ଭାରତ ସରକାରଙ୍କ ଅଧିନସ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ସହାୟତାରେ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ନୂଆ ଆଲୋକର ସ୍ୱେଚ୍ଛାସେବୀ ସଂଗଠନର ସଭାପତି ଶରତ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁିଷ୍ଠିତ ବୈଠକରେ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ନାଥ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସଭାକୁ ଉଦଘାଟନ କରିଥିଲେ । ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ବରୀ ବ୍ଲକରେ ଏତାଦୃଶ କାର୍ଯ୍ୟକ୍ରମ ପାଇଁ ଆୟୋଜକ ଓ ସ୍ୱେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଶାର ଅନ୍ୟତମ ସ୍ୱେଚ୍ଛାସେବୀ ତଥା ବିପ୍ଳବୀ କବି ମଧୁସୁଦନ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ସମସ୍ତ ସ୍ୱେଚ୍ଛା ସେବୀ ମାନଙ୍କୁ ତାଙ୍କର ଭାଷଣ ଓ ପ୍ରଶିକ୍ଷଣରେ ସଭାକୁ ମନ୍ତ୍ରମୁଗ୍ଧ କରିଥିଲେ । ସତ୍ୟ ରଞ୍ଜନ କର ସ୍ୱାଗତ ଅଭିଭାଷଣ ପ୍ରଦାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନୂଆ ଆଲୋକର ନିର୍ଦ୍ଦେଶକ ଜନ୍ମେଜୟ ମହାନ୍ତି , ସାମଜିକ କର୍ମୀ ବିକାଶ ବିଶ୍ୱାଳ, ବରୀ ବ୍ଲକ ସମାଜ ମଙ୍ଗଳ ସଂଯୋଜିକା ଦିପ୍ତିଲତା ବିଶ୍ୱାଳ, ଅଭିଶେକ ପଣ୍ଡା, ପ୍ରଶାନ୍ତ ସାହୁ , ସୁନିତା ପରିଡା , ଅମୂଲ୍ୟ କୁମାର ଗୁରୁ, କୁଞ୍ଜ ବିହାରୀ ସାମଲ, ସଂଗ୍ରାମ ପଣ୍ଡା, ପୂଜାରାଣୀ କର, ସାଗରୀକା ବିଶ୍ୱାଲ, ଅରୁଣ ବିଶ୍ୱାଳ ଆଦି ସଂଗଠକଙ୍କ ସମେତ ୧୫ ଗୋଟି ସ୍ୱେଚ୍ଛାସେବୀ ସଂଗଠନର ମୁଖ୍ୟ ମାନେ ଯୋଗଦାନ କରିଥିଲେ । ଅଭିଜାନ ଅନୁଷ୍ଟାନର ସଂପାଦକ ଅକ୍ଷୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ



