ଆଚାର୍ଯ୍ୟ ହରିହର ପଠାଗାର ଏବେ ଅବହେଳିତ
ପୁରୀ -ପୁରୀ ସରଧାବାଲି ରେ ଥିବା ଆଚାର୍ଯ୍ୟ ହରିହର ପଠାଗାର ଏବେ ଅବହେଳିତ ଓ ଦୁରବସ୍ଥାରେ ରହିଛି । ପୁରୀ ପୌର ପାଳିକା ଖାମ ଖିଆଲି ଓ ବେପରୁଆ ମନୋଭାବ ଯୋଗୁଁ ଦୀର୍ଘ ୧୦ମାସ ହେବ ଜଳ ବନ୍ଦୀ ଘେରରେ ରହିଛି ପୁରାତନ ପାଠା ଗାଐର ଟି । ଫଳରେ ବହୁ ପୁରାତନ ବହି ନଷ୍ଟ ହେବାକୁ ବସି ଥିବା ବେଳେ ପଠାଗାର ର ଅସବା ପତ୍ର ବି ନଷ୍ଟ ହେବା ଉପରେ । ପାଠା ଗାର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ହେତୁ ଅନେକ ଛାତ୍ର ଛାତ୍ରୀ ଲାଇବ୍ରେରୀ କୁ ପଢିବା ପାଇଁ ଯାଉନାହାନ୍ତି । ଯାହାକୁ ପୁରୀ ରେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ଆଚାର୍ଯ୍ୟ ହରିହର ପଠାଗାର ରୁ ଜଳ ନିଷ୍କାସନ ସହ ପଠାଗାର କିଭଳି ସୁରକ୍ଷିତ ରହିବ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି । ଆଚାର୍ଯ୍ୟ ହରିହର ପଠାଗାର ଭଳି ପୂରାତନ ପଠାଗାର କୁ ପୁରୀ ପ୍ରଶାସନ ଅବହେଳା କୁ ବୁଦ୍ଧିଜୀବୀ ଙ୍କୁ ବ୍ୟଥିତ କରିଛି। ଅନ୍ୟପଟେ ପୁରୀ ପୌର ପାଳିକା ର କହିବା କଥା ଆଚାର୍ଯ୍ୟ ହରିହର ପଠାଗାର ରେ ଅବ୍ୟବସ୍ଥା ଦୂର ନେଇ ବ୍ୟବସ୍ଥା କରାଯାଉଛି।




