ସାକ୍ଷୀଗୋପାଳ ଉଦ୍ୟାନ ବିଭାଗର ରୂପରେଖ ବଦଳିବ ମନ୍ତ୍ରୀ ; ଅରୁଣ ସାହୁ
ସାକ୍ଷୀଗୋପାଳ --- ସାକ୍ଷୀଗୋପାଳ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଶନିବାର ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ ରାଜ୍ୟ ସରକାରଙ୍କ କୃଷି, ଉଦ୍ୟାନ, ମତ୍ସ୍ୟ ମନ୍ତ୍ରୀ ଅରୁଣ ସାହୁ । ତାଙ୍କ ସହିତ କୃଷି ନିର୍ଦ୍ଦେଶକ ଓଡିଶା ଡ. ଏମ, ମୁଥ କୁମାର, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତର୍ରାୟ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନଙ୍କ ଉପସ୍ଥିତିରେ ଜିଲ୍ଲାର ସମସ୍ତ କୃଷି ଓ ଉଦ୍ୟାନ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା କରାଯାଇଥିଲା । ଭୁବନେଶ୍ୱର-- ପୁରୀ ୩୧୬ ଜାତୀୟ ରାଜପଥ କରରେ ୭୩.୮୬ ଏକର ବିଶିଷ୍ଟ ଜମି ଉପରେ ସତ୍ୟବାଦୀର ପଟ୍ଟନାୟିକିଆ ଛକ ନିକଟରେ ଉଦ୍ୟାନ ବିଭାଗ ରହିଛି । ଏହାର ରୂପରେଖ ବଦଳାଇବା ପାଇଁ ମନ୍ତ୍ରୀ ଚାହିଁଛନ୍ତି । ବାତ୍ୟାରେ ଭାଙ୍ଗିଥିବା ନଡିଆ ଗଛର ଅର୍ଥ ଯେପରି ସିଠକ ଚାଷୀ ପାଇବେ ଓ ପାନ, କାଜୁ, ଅମୃତଭଣ୍ଡା, ଫଳ ଓ ପନିପରିବା ଚାଷୀ ମାନଙ୍କୁ କ୍ଷତି ପୂରଣ ଦେବା ପାଇଁ ଉଦ୍ଦ୍ୟମ ଆରମ୍ଭ କରାଯାଇଛି ବୋଲି ି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି । ଏକମାସ ମଧ୍ୟରେ ଏକ ନକ୍ସା ପ୍ରସ୍ତୁତ କରି ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲେଚନା କରି ଅର୍ଥ ମଞ୍ଜୁର କରାଯିବ ବୋଲି ଜଣାପଡିଛି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କୃଷି ଅଧିକାରୀ ଏସ. ଚନ୍ଦ୍ର ଶେଖର ରାଓଳ ଉଦ୍ୟାନ ଉପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ମହାନ୍ତି, ସହକାରୀ କୃଷି ଉଦ୍ୟାନ ନିର୍ଦ୍ଦେଶକ ପତି ତପାବନ ସାମନ୍ତରାୟ , ସହକାରୀ କୃଷି ଉଦ୍ୟାନ ଅଧିକାରୀ ଦେବ ଦାସ ଦତ୍ତ ଙ୍କ ସହିତ ଜିଲ୍ଲାର ବିଭିନ୍ନ କୃଷି ଓ ଉଦ୍ୟାନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


