ads

Breaking News

ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ କୋଠଘର, ରାସ୍ତା, ଅଙ୍ଗନୱାଡି ଗୃହ ଉଦଘାଟନ କଲେ ବିଧାୟକ; ଶ୍ରୀ ସମାନ୍ତରାୟ


 D Senapati
Sakhigopal
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ  ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବେଣାକେରା ଗ୍ରାମରେ ନିର୍ମିତ ଅଙ୍ଗଡ଼ୱାଡି କେନ୍ଦ୍ର, ମା ଡୁଗୁରେଇ ମନ୍ଦିର, ମା କ୍ଷେତ୍ରପାଳି ରାସ୍ତା ସହିତ ବେଣାକେରା ଗ୍ରାମ କୋଠଘରକୁ ବିଧାୟକ ଉମାକାନ୍ତ ସାମନ୍ତରାୟ ଉଦଘାଟନ କରିଛନ୍ତି  । ଗ୍ରାମବାସୀଙ୍କ ଆଗ୍ରହ ଓ ସମୁହ ଏକାଠି ଦେଖି ବିଧାୟକ ଉକ୍ତ ପଞ୍ଚାୟତରେ ରହିଥିବା ବାକି କାମ ବହୁ ଶିଘ୍ର କରାଯିବ ବୋଲି ଘୋଷଣା କରିବା ସହ ଗ୍ରାମରେ ମତଭେଦ ନ ରଖି ଏକ ହୋଇ କାର୍ଯ୍ୟ କରିବାକୁ ବିଧାୟକ ଯୁବକ ମାନଙ୍କୁ ନିବଦେନ କରିଥିଲେ  । ଏହି ଉଦଘାଟନ ଉତ୍ସବରେ ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ  ଅଧ୍ୟକ୍ଷତା କରିଥିଲେ  । ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ, ସରପଞ୍ଚ ଦୁଷନ୍ତ ପ୍ରଧାନଙ୍କ ସହିତ ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା, ସମାଜିକକର୍ମୀ ରାମଚନ୍ଦ୍ର ମହାନ୍ତି, ଶଙ୍କର ପ୍ରଧାନ ଅତିଥି ଭାବେ ଯୋଗଦେଇଥିଲେ  । ପଞ୍ଚାୟତ ବିଜେଡି ସଭାପତି ଚନ୍ଦ୍ରମଣି ଜେନା, ଅରୁଣ ମହାପାତ୍ର, ପ୍ରଶାନ୍ତ କୁମାର ରାଉତରାୟ ମନ ମନମୋହନ ମହାପାତ୍ର, ପ୍ରତାପ ପ୍ରଧାନ, ସନ୍ତୋଷ ପ୍ରଧାନ, ରାଜ କିଶୋର ରାଉତରୟପ୍ରତୀକ ରାଉତରାୟ, ପ୍ରକାଶ ମହାପାତ୍ର, ସିକନ ମହାପାତ୍ରଙ୍କ ସହିତ ପଞ୍ଚାୟତର ବିଭିନ୍ନ ଗ୍ରାମର ମହିଳା ସଂଗଠନ ଓ ଗ୍ରାମ୍ୟର ମୁରବି ମାନେ ଉପସ୍ଥିତ ରହିଥିଲେ  । ବିଧାୟକଙ୍କୁ ଶ୍ରୀ ସାମନ୍ତରାଙ୍କୁ ବାଜା ବାଣ, ଶଙ୍ଖ,ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ପକାଇ ଗ୍ରାମ ମୁଣ୍ଡରେ ଥିବା ମା ଡୁଗୁରେଇ ମନ୍ଦିର ଠାରୁ ଗ୍ରାମ ମଧ୍ୟକୁ ପାଛୋଟି ନେଇଥିଲେ । ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଶେଷରେ ଧନ୍ୟବାଦ ଦେଇଥିଲେ   ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts