ads

Breaking News

୧୩ କୋଟି ଟଙ୍କାର ଗଞ୍ଜେଇ ଗଛ ପୋଡ଼ିଲେ ଅବକାରୀ ଓ ପୋଲିସ ବିଭାଗ


 M panda
Kandhamala
କନ୍ଧମାଳ--- -କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ଗଞ୍ଜେଇ ଚାଷ ।ଏହା ଅଧିକା ଲାଭ ହେତୁ ଯୁବ ପିଢି ଗଞ୍ଜେଇ ଚାଷକୁ ଆପଣେଇ ନେଉଥିବା ଜଣାପଡିଛି ।ଏହି ଚାଷକୁ ଆର୍ଥିକ ପ୍ରୋତ୍ସାହନ ଯୋଗାଉଛନ୍ତି ଅନ୍ତରାଷ୍ଟ୍ରିୟ ଗଞ୍ଜେଇ ମାଫିଆ  ।ଯାହା ଦ୍ବାରା ଜିଲ୍ଲାରେ ଗଞ୍ଜେଇ ଚାଷ ରୋକିବା ପୋଲିସ ଓ ଅବକାରି ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି ।ଗତକାଲି ବାଲିଗୁଡା ପୋଲିସ ଓ ଅବକାରି ବିଭାଗ ମିଳିତ ଭାବରେ ବାଟାଗୁଡା ପଞ୍ଚାୟତର ତଗାକିଆ ଓ ମୁଥୁମିଲା ଅଞ୍ଚଳରେ ଚଢାଉ କରି ସଫଳ ପାଇଥିବା ଜଣାପଡିଛି ।ତଗାକିଆ ଓ ମୁଥୁବାଲି ଅଞ୍ଚଳରୁ ୧୩୦ଏକର ଗଞ୍ଜାଇ ଚାଷକୁ ପୋଡି ନଷ୍ଟ କରାଯାଇଥିବା ପୋଲିସ ସୂଚନା ଦେଇଛି ।ଯାହାର ଆନୁମାନିକ ମୂଲ୍ୟ ୧୩କୋଟି ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ କହିଛି ।ଆଗକୁ ମଧ୍ୟ ଗଞ୍ଜାଇ ଚାଷ ନଷ୍ଟ କରିବା ଅଭିଯାନ ଚାଲୁ ରହିବ ବୋଲି ଅବକାରି ବିଭାଗ କହିଥିବା ଜଣାପଡିଛି । 
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

ads

Blog Archive

Popular Posts