ads

Breaking News

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ; ମଥୁରାର କେନ୍ଦ୍ରୀୟ କାରାଗାରରେ ଶ୍ରୀକୃଷ୍ନ ଜନ୍ମ


 N Das
Baragarh
 ବରଗଡ଼ ---- ଖୋଲା ମଞ୍ଚର ନାଟକ ଧନୁଯାତ୍ରାର ଦ୍ୱିତୀୟ ଦିବସ । ମଥୁରାର କେନ୍ଦ୍ରୀୟ କାରାଗାରରେ ଶ୍ରୀକୃଷ୍ନ ଜନ୍ମ ହୋଇଛନ୍ତି । ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ଗୋପପୁରର ଯଶୋଦା କୋଳରେ ଛାଡି ନନ୍ଦରାଜାଙ୍କ ଘରେ ଜନ୍ମ ନେଇଥିବା ବିଜୁଳି କନ୍ୟାଙ୍କୁ ନେଇ ମଥୁରା ନଗରୀରେ ପହଞ୍ଚି ଯାଇଛନ୍ତି। ଗୋପପୁର ଯିବା ସମୟରେ ବସୁଦେବ କଟୁଆଳଙ୍କୁ ସାକ୍ଷାତ କରିବା ସମୟରେ  ଶ୍ରୀକୃଷ୍ଣଙ୍କ ବିଶ୍ଵରୂପ ଦର୍ଶନ କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋପପୁରରେ ଶ୍ରୀକୃଷ୍ଣ ପହଞ୍ଚିବା ପରେ ଗୋପପୁର କୃଷ୍ଣମୟ ସହ ଆଜିଠୁଁ(ଆମ୍ବପାଲି) ଗୋପପୁରବାସୀ ଆମିଷ ଭକ୍ଷଣ ନକରିବା ସହ ଶ୍ରୀକୃଷ୍ଣ ଓ ବଳରାମ ଗୋପପୁରରେ ଥିବା ପର୍ଯନ୍ତ ଦ୍ଵାପର ଯୁଗର ଗୋପପୁର ହିସାବରେ ରହିଛି । ଅନ୍ୟପଟେ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ମହାରାଜ କଂସଙ୍କ ନଗର ଭ୍ରମଣ ସହ ପ୍ରଜା ମାନଙ୍କ ସୁଖ ଦୁଃଖ ବୁଝିବା  ଲୋକଙ୍କ ପାଇଁ ବେଶ ଚିତା କର୍ଷକ ହୋଇଛି।ଗତକାଲି ମହାରାଜ ଉଗ୍ରେସନଙ୍କୁ ଗାଦି ଚ୍ୟୁତ କରି ନିଜେ ରାଜା ହେବା ସହ ଆଜି ପ୍ରଥମଥର ପାଇଁ ମହାରାଜ କଂସ ନଗର ଭ୍ରମଣରେ ବାହାରିଛନ୍ତି।ପ୍ରଥମେ ରାଜ ପ୍ରାସାଦରେ ଉତ୍କଳମଣି ଗୋପବନ୍ଧୁ ଭିନ୍ନକ୍ଷମ ସଂଘର ସଭାପତି ଯୋଗେନ୍ଦ୍ର କଠାର,ସମ୍ପାଦକ କମଳ ସାହୁଙ୍କ ନେତୃତ୍ୱରେ ସଦସ୍ୟ ମାନେ ମଥୁରା ନଗରୀକୁ ପୋଲିଓ ମୁକ୍ତ କରିବା ପାଇଁ ଅନୁରୋଧ କରିଥିବାବେଳେ ମହାରାଜ କଂସ ଖୁବଶୀଘ୍ର ବିଭାଗୀୟ ଅଧିକାରୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ।  ବସଷ୍ଟାଣ୍ଡ ଯାଇ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ଦେଖିବା ସହ ଶୌଚାଳୟ ନଥିବାର ଅଭିଯୋଗ ହୋଇଥିବା ବେକେ ମହାରାଜ କଂସ ୨ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରାରେ ବିଭାଗୀୟ ଅଧିକାରୀଙ୍କୁ ଦଣ୍ଡିତ କରିଥିଲେ ଓ ଶୀଘ୍ର ଏହାର ସୁବ୍ୟବସ୍ଥା କରିବା ପାଇଁ ଆଦେଶ ଦେଇଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts