ads

Breaking News

ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଆଲୋଚନା ଚକ୍ର

ବେଗୁନିଆ---- ବେଗୁନିଆ ମହାବିଦ୍ୟାଳୟର  ସଭା ଗୃହରେ  ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ  ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ  ସାହିତ୍ୟ ପ୍ରତି ଅନନ୍ୟ ଅବଦାନ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏ ନେଇ ଆୟୋଜିତ ସଭାରେ  ବିଭାଗୀୟ ମୁଖ୍ୟ ବିଜୟଲକ୍ଷ୍ମୀ ସୁବୁଦ୍ଧି ଅଧ୍ୟକ୍ଷତା କରିଥିଲେ । ଏଥିରେ  ମହାବିଦ୍ୟାଳୟର ଅଧ୍ୟକ୍ଷ  କୈଳାଶ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି,ପ୍ରାଣନାଥ ମାହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ସ୍ୱୟଂପ୍ରଭା ପଟ୍ଟନାୟକ ମୁଖ୍ୟ ବକ୍ତା,ବେଗୁନିଆ ମହାବିଦ୍ୟାଳୟର ଓଡିଆ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ  କେଳୁ ଚରଣ ପରିଡା ସମ୍ମାନିତ ଅତିଥିଭାବେ ଯୋଗ ଦେଇ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ  ଓଡିଆ ସାହିତ୍ୟର ସାରସ୍ୱତ ସାଧନା  ଯୁଗେଯୁଗେ କାଳଜୟୀ  ହୋଇ ରହିଥିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । +୩ ଓଡିଆ ବିଭାଗର ଶେଷବର୍ଷ (ସମ୍ମାନ)ର ଛାତ୍ରୀ ସୁଶ୍ରୀ ସାସ୍ୱତୀ,ସୁଶ୍ରୀ ସଙ୍ଗୀତା,ଜୟଶ୍ରୀ,ସ୍ୱାଗତିକା ଓ ଦ୍ୱିତୀୟ ବର୍ଷର ଛାତ୍ରୀ ଗୀତା ପ୍ରମୁଖ ସନ୍ଦର୍ଭ ପାଠ କରିଥିଲେ । ଅଧ୍ୟାପକ ନବ କିଶୋର ବିଷୋୟୀ ସନ୍ଦର୍ଭକୁ ବ୍ୟାଖ୍ୟ କରିଥିବା ବେଳେ ଅଧ୍ୟାପିକା ନମିତା ମହାରଣା ସହଯୋଗ କରିଥିଲେ । ଶେଷରେ ସଲିଳ କୁମାର ବଡଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts