ads

Breaking News

ଓଷ୍ଟା ପକ୍ଷରୁ ମେଧା ଅନ୍ୱେଷଣ ପରୀକ୍ଷା--୨୦୧୯

 
 N Das
Baragarh
ବରଗଡ଼----   ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ନୋଡାଲ ଉଚ୍ଚ ବାଳକ ବିଦ୍ୟାଳୟ ଠାରେ ଓଷ୍ଟା ରାଜ୍ୟସ୍ତରୀୟ ମେଧା ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଅତାବିରା ବ୍ଲକ ର ୧୪ଟି ବିଦ୍ୟାଳୟରୁ ୧୬୫ଜଣ ପରୀକ୍ଷାର୍ଥୀ ଏଥିରେ ଭାଗ ନେଇଥିଲେ ।୨୦୦୯ ରୁ ଏହି ମେଧା ବୃତ୍ତି ପରୀକ୍ଷା ହୋଇ ଆସୁଛି ।ଏଥିରେ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ୬୦%ରୁ ଅଧିକ ନମ୍ବର ରଖି ନବମ ଶ୍ରେଣୀ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନେ ଏହି ପରୀକ୍ଷାରେ ଭାଗ ନେଇଥାନ୍ତି ।ଆଜି ରାଜ୍ୟପାଳ ସ୍କାଉଟ ଗାଇଡ଼ ପୁରସ୍କାର ପରୀକ୍ଷା ଦେଇ ଯାଇଥିବାରୁ ୫୬ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ଗୋଟିଏ ଦିନରେ ଦୁଇଟି ପରୀକ୍ଷା ହୋଇଥିବାରୁ ଅଭିବାବକ/ଅଭିଭାବିକା ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଗାମୀ ବର୍ଷରେ ଏଥିପ୍ରତି କର୍ତ୍ୟୁପକ୍ଷ ଦୁଷ୍ଟି ଦେବେ ବୋଲି କହିଛନ୍ତି ।ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁଙ୍କ ତତ୍ୱାବଧାନରେ ଏହି ପରୀକ୍ଷା ୍ ହୋଇଥିଲା ।ଏହାକୁ ଅତାବିରା ବ୍ଲକ ଓଷ୍ଟା ସଂପାଦକ ସଚିଦାନନ୍ଦ ପ୍ରଧାନ  ପରିଚାଳନା କରିଥିଲେ। ଲଳିତ ଗଡତିଆ, ସତ୍ୟାନନ୍ଦ ପ୍ରଧାନ,କୂଳରାମ ସାହୁ, ଓକିଲ ପ୍ରଧାନ,ଆନନ୍ଦ ସାହୁ ପ୍ରମୁଖ ପରୀକ୍ଷା ପରିଚାଳନା ରେ  ସହଯୋଗ କରିଥିଲେ। ରାଜ୍ୟ ସ୍ତରରେ ସର୍ବାଧିକ ନମ୍ବର ଆସିଥିବା ୧୦୦ ଜଣଙ୍କୁ ପୁରସ୍କୃତ କରାଯିବ । ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରତେକ ୩ ହଜାର ଟଙ୍କା ଓ ସମ୍ମାନ ଫଳକ ଓ ମେଧା ପ୍ରମାଣ ପତ୍ର ପ୍ରଦାନ କରାଯାଇଥାଏ।ପ୍ରତିବର୍ଷ ଆମ ବ୍ଲକର ଛାତ୍ର ଛାତ୍ରୀ ମାନେ ଏହି ମେଧା ବୃତ୍ତି ପାଇ ଆସୁଥିବା ସଂଘର ସମ୍ପାଦକ ଶ୍ରୀଯୁକ୍ତ ପ୍ରଧାନ କହିଥିଲେ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts