ads

Breaking News

କେନ୍ଦ୍ରୀୟ ବିଦ୍ୟୁତ ଅର୍ଥରୁ ବଞ୍ଚିତ ବାଗବହାଲ ଗାଁ


 N Das
Baragarh 
 ବରଗଡ଼------  କେନ୍ଦ୍ରୀୟ ବିଦ୍ୟୁତ ଅର୍ଥରୁ ବଞ୍ଚିତ ବାଗବହାଲ ଗାଁ । ବିଦ୍ୟୁତର ଉନ୍ନତି ତଥା ନବୀକରଣ ସକାଶେ ଗରିବ ଖଟିଖିଆ ଓ ଆଦିବାସୀ ଜନ ବହୁଳ ଅଞ୍ଚଳ।  ବିପିଏଲ ଧାରୀ ମାନଙ୍କ ପାଇଁ କେନ୍ଦ୍ରୀୟ ଅନୁଦାନରୁ କୋଟି କୋଟି ଟଙ୍କା ଆସି ଖର୍ଚ୍ଚ ହେଉଥିଲେ ହେଁ ଆଜି ବି ବିପଦସଂକୁଳ ଅବସ୍ଥାରେ ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ବାଗବାହାଲ ଗାଁ। ଗାଁରେ ଛୋଟିଆ ଟ୍ରାନ୍ସଫର୍ମର ଟିଏ ବସିଛି । ସତ ହେଲେ ଠିକ ଭାବରେ ବିଜୁଳି ଆଲୋକ ପାଇପାରୁ ନଥିବାରୁ ଲୋକେ ଅଭିଯୋଗ କରନ୍ତି। ମିଟି ମିଟି ଆଲୁଅରେ ଦିନ ବିତୁଥିବାବେଳେ ଗାଁ ଦାଣ୍ଡରେ ବିପଦ ସଂକୁଳ ଅବସ୍ଥାରେ ମୁଣ୍ଡଉପରେ ପେନ୍ଥା ପେନ୍ଥା ତାର ଗାଁ ଦାଣ୍ଡରେ ଝୁଲୁଛି।   ଯାହା ବିପଦକୁ ଆମନ୍ତ୍ରଣ କରୁଛି। କେତେବେଳେ ତାର ପୋଡି ଯାଉଛି ତ ଆଉ କେତେବେଳେ ଗାଁ ଦାଣ୍ଡରେ ଯିବାଆସିବା ଲୋକ ତଥା ସ୍କୁଲପିଲା ମାନଙ୍କ ଉପରେ ତାର ସ୍ପାର୍କ ହେଇ ନିଆଁ ଝୁଲ ଦେହରେ ପଡୁଛି। ବିପିଏଲ ହିତାଧିକାରୀ ମାନଙ୍କ ପାଇଁ ଖୁଣ୍ଟ ପୋତି କେବୁଲ ଟାଣି,ମିଟର ବାଡେଇ ବିଦ୍ୟୁତ ସଂଯୋଗ ଦେବାର ନିୟମ ରହିଛି ।   ଅତାବିରା ବିଦ୍ୟୁତ ବିଭାଗ ଅଞ୍ଚଳରେ ବେନିୟମ କାରବାର ଲୋକଙ୍କୁ ନୟାନ୍ତ କରିସାରିଲାଣି।  ବିଗତ ଦିନ ମାନଙ୍କରେ ଅତାବିରାରେ ଭୂତ ମଧ୍ୟ ବିଦ୍ୟୁତ କାର୍ଯ୍ୟ କରିଥିବାର ସାମ୍ନାକୁ ଆସିଥିଲା। ଖାଲି ସେତିକି ଲୋକ ଦେଖାଣିଆଁ ଭାବରେ  ସ୍ଥାନରେ ଖୁଣ୍ଟ ପୋତି,କେବୁଲ ଟାଣି ମିଟର ବୋର୍ଡ଼ ପିଟି ବିଦ୍ୟୁତ ସଂଯୋଗ ନଦେଇ ବିଦ୍ୟୁତ ବିଲ ଆଗତରୁଆ ଆସିଛି । ସେହିପରି ଅନେକ ସ୍ଥାନରେ ଟ୍ରାନ୍ସଫର୍ମର ଗୁଡିକ ଦିଆଯାଇଛି କେଉଁଥିରୁ ତେଲ ଚୋରି ହୋଇଯାଇଛି ତ ଆଉ କେତେକ କାର୍ଯ୍ୟକାରୀ ନ ହୋଇ ଅଳିଆ ଆବର୍ଜନା ପଡିରହିଛି। ଯାହା ସବୁଥାଇ ମଧ୍ୟ ଦୀପ ତଳ ଅନ୍ଧାର ପାଲଟିଛି। ଯାହାକି ସରକାରୀ ନିୟମ ଅନୁଯାୟୀ ୩୦ମିଟରରୁ ଅଧିକ ତାର ଝୁଲାଇ ବିଦ୍ୟୁତ ସଂଯୋଗ ଦେବାର ନିୟମ ନଥିଲେ ହେଁ ଅଞ୍ଚଳରେ ତାହା ପ୍ରାୟ ସ୍ଥାନରେ ଦେଖିବାକୁ ମିଳିଛି।ଯାହା କେବଳ ଭୋଟ୍ ସମୟରେ ନେତା ମନ୍ତ୍ରୀ ଆସି ପ୍ରତିଶୃତି ଦେଇ ଆଉ ତାଙ୍କର ଦେଖାନାହିଁ ବୋଲି ଲୋକେ କହନ୍ତି। ତେବେ ତାହା କାହା ସ୍ୱାର୍ଥରେ ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚି ସୃଷ୍ଟି କରେ।ବାରମ୍ବାର ଏ ନେଇ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ମାନଙ୍କୁ ଅବଗତ କରାଯାଇ ଥିଲେ ହେଁ ସେମାନେ କାହାରି କଥାକୁ ଖାତିର କରୁ ନାହାନ୍ତି ବୋଲି ଲୋକେ ଅଭିଯୋଗ କରନ୍ତି। ତେବେ ଏନେଇ ତଦନ୍ତ କରି ଶୀଘ୍ର ତୁରନ୍ତ ଖୁଣ୍ଟ ଦେଇ ବିଦ୍ୟୁତ ସଂଯୋଗ ଦେବା ପାଇଁ ଜନ ସାଧାରଣରେ ଦାବି ହେଉଛି। ନଚେତ୍ ଆଗାମୀ ଦିନରେ ଜନସାଧାରଣଙ୍କ ପକ୍ଷରୁ ଆନ୍ଦୋଳନ କରାଯିବ ସେଥିପାଇଁ ବିଦ୍ୟୁତ ବିଭାଗ ଦାୟୀ ରହିବେ । ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts