ads

Breaking News

ଏବେବି ଚାଷୀ ଚିନ୍ତାରେ ; ଧାନ କିପରି ବିକ୍ରୟ କରିବ


 ବରଗଡ଼ -----ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଚବିଶ ଘଣ୍ଟା ନ ହେବା ଆଗରୁ ପୁଣି ବିବାଦ ଦେଖାଦେଇଛି । ସେହି ଟୋକନ ଓ ଆଇ  ସ୍କାନକୁ ବାଧ୍ୟ କଲା ପେସ୍କ । ଦୀର୍ଘ୫ଦିନ ପରେ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର କରାଯାଇ ଚାଷୀ ଆନ୍ଦୋଳନକୁ ସ୍ଥଗିତ କରାଯାଇଥିଲା। ଚାଷୀ ମାନଙ୍କ ଦାବି ଅନୁଯାୟୀ ବିନା ଟୋକନରେ ନିଜ ଧାନ ବିକ୍ରି କରିପାରିବେ ବୋଲି ସରକାର ପ୍ରତିଶୃତି ଦେବା ପରେ ଚାଷୀ ମହଲରେ ଖୁସିର ଲହରୀ ଖେଲିଯାଇଥିଲା।କିନ୍ତୁ ରାତି ପାହି ସକାଳ ହେଲା ବେଳକୁ ପୁଣି ସେହି ପୁରୁଣା କଥା ।  ଆଜି ଅତାବିରା ନିୟନ୍ତ୍ରିତ ବଜାରରେ ଚାଷୀ ମାନଙ୍କ ଧାନ ବିକ୍ରି ଉପରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଷୀ ମାନଙ୍କୁ ପୁଣି ଟୋକନ ଓ ଆଇ  ସ୍କାନ ପାଇଁ ପେସ୍କ ଚାଷୀ ମାନଙ୍କ ବାଧ୍ୟ କରିବାରୁ ଚାଷୀ ମାନେ ଏହାର ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲେ।ବହୁ ସମୟ ଧରି ପେସ୍କ ଓ ଚାଷୀ ମାନଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଏହି ଖବରପାଇ ବରଗଡ଼ ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା,ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ,ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଅତାବିରା ତହସିଲଦାର ହୃଦାନନ୍ଦ ଅଡ୍ଡା,ଅତିରିକ୍ତ ତହସିଲଦାର ସମ୍ମି ରେଡି ଜୟଶ୍ରୀ,ଆରଏମ ସି ସମ୍ପାଦକ ବିଶ୍ୱଜିତ ବାରିକ ଓ ବରଗଡ଼ ଡିଆରସି ଏସ ଭକ୍ତ ବନ୍ଧୁ ସାହୁ ପ୍ରମୁଖ ଉକ୍ତ ମାର୍କେଟ ୟାଡ଼ରେ ପହଞ୍ଚି ଚାଷୀ ମାନଙ୍କ ସହ ବିଭିନ୍ନ ଶାନ୍ତି ମୂଳକ ଆଲୋଚନା ପରେ ପେକ୍ସର କର୍ମଚାରୀମାନେ ଟୋକନ ପାଇଁ ବାଧ୍ୟ କରିପାରିବେ ନାହିଁ ବୋଲି କହିଥିଲେ । ଏଣିକି ଚାଷୀ ନିଜର ଫସଲ ବିକ୍ରି କରିବା ପାଇଁ କୌଣସି କମ୍ପାନୀ ବା ପେସ୍କ ଟୋକନ ପାଇଁ ବାଧ୍ୟ କରାଗଲେ ଚାଷୀ ମାନିବା ପାଇଁ ବାଧ୍ୟ ହେବ ନାହିଁ। ପୂର୍ବ ବ୍ୟବସ୍ଥା ପରି ସେମାନେ ଧାନ ବିକ୍ରି କରିବେ ବୋଲି ସ୍ପଷ୍ଟ କଲାପରେ ଚାଷୀମାନେ ସ୍ବାଗତ କରିଥିଲେ ।ଗତକାଲି ଚାଷୀ ମାନଙ୍କ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କଲାପରେ ମଧ୍ୟ ଆଜି ପୁଣି କିଭଳି ଭାବରେ ପେସ୍କ ଟୋକନ ଓ ଆଇସ୍କାନ ନୀତି ବାଧ୍ୟ କରିବା ପଛରେ କାହାର ସ୍ୱାର୍ଥ ରହିଛି ବୋଲି ଚାଷୀଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହାକୁ ନେଇ  ଆଜି ଚାଷୀ ମନରେ ପୁଣି ଏକ ନୂତନ ଆଶଙ୍କା ସୃଷ୍ଟି ହେଇଛି। ସେ ଯାହା କିଛି ହେଉନା କାହିଁକି ସମସ୍ତଙ୍କ ଉପସ୍ଥିତିରେ  ଆସିଥିବା ଅଧିକାରୀ ଓ ବିଧାୟକ ବିଧାୟିକା ନଡ଼ିଆ ବାଡ଼େଇ ଧାନ କିଣାର ମାର ଶୁଭାରମ୍ଭ କରିଥିଲେ। ଏବେ ବି ସନ୍ଦେହ ଘେରରେ ଚାଷୀ । ଟୋକନ ବନ୍ଦ ରହିଥିବା ବେଳେ ଆଇସ୍କାନ ନିୟମ ଲାଗି ରହିଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। 
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts