ads

Breaking News

କଣ୍ଟାବାଡରେ ସଂକୁଳସ୍ତରୀୟ ବାର୍ଷିକ କ୍ରୀଡା ସମାରୋହ

ବେଗୁନିଆ---- ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ  ସରକାରୀ ନୀଳକଣ୍ଠ  ନୋଡାଲ ଉଚ୍ଚ  ବିଦ୍ୟାଳୟ  ଖେଳ ପଡିଆ ପରିସରରେ ସରସ୍ୱତୀ ଶିଶୁ ମନ୍ଦିରର  ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ମୁଖ୍ୟ ପରିଚାଳକ  ଶିକ୍ଷାବିତ୍ କୁଳମଣି ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସମାରୋହରେ ଛାତ୍ରଛାତ୍ରୀ ମାନେ ମଶାଲ  ଧରି  ଖେଳ ପଡିଆରେ ପହଞ୍ଚିବା ପରେ ମୁଖ୍ୟ ଅତିଥି ସ୍ଥାନୀୟ ସମିତି ସଭ୍ୟ  ସୁବାସ ଚନ୍ଦ୍ର ମହାନ୍ତି  କ୍ରୀଡା ପତାକା ଉତ୍ତୋଳନ କରି  କ୍ରୀଡାକୁ ଉଦଘାଟନ କରିଥିଲେ । ଏଥିରେ ସଭାପତି ମାନସ ରଞନ ଦାଶ, ସ୍ଥାନୀୟ  ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମହାପାତ ମୁଖ୍ୟ ବକ୍ତା, ଖୋର୍ଦ୍ଧା ଜିଲ୍ଲା ସଂକୁଳ ସଂଯୋଜକ ଲିଙ୍ଗରାଜ ମହାନ୍ତି ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବରେ  ଦିଲ୍ଲୀପ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି,ଖୋର୍ଦ୍ଧା ଜିଲ୍ଲା ସଂକୁଳ ପ୍ରମୁଖ ନଳିନୀକାନ୍ତ ପଣ୍ଡା  ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କ୍ରୀଡାରେ କୃତୀତ୍ୱ ଅର୍ଜନ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଭାରେ ସମ୍ପାଦକ ଶ୍ରୀକାନ୍ତ କୁମାର ବାହିନୀପତି ଅତିଥି ପରିଚୟ ଓ  ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ  ମନୋରଞନ ପଣ୍ଡା ଧନ୍ୟବାଦ ଦେଇଥିଲେ । ଏହି କ୍ରୀଡା ଉତ୍ସବରେ ମୋଟ ୧୦ ଗୋଟି ବିଦ୍ୟାଳୟର  ୧୬୦ ଛାତ୍ରଛାତ୍ରୀ  ଅଂଶ ଗ୍ରହଣ କରିଥିଲେ ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts