ads

Breaking News

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ

କୋଣାର୍କ----- ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ୨୯ ତାରିଖରେ ଅନୁଷ୍ଠିତ ହେବ । ଏଥି ପାଇଁ କୋଣାର୍କ ହାଇସ୍କୁଲରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ର ସମସ୍ତ କମିଟି(ଏସ୍ ଏମ ସି, ଏସ୍ ଏମ ଡି ସି ଓ ଆଲୁମିନିୟମ ) ର ସଦସ୍ୟ ଉପସ୍ଥିତ ଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ଦଳେଇ ବୈଠକରେ ସଭାପତିତ୍ୱ କରି ଵିଜ୍ଞାନ ମେଳା କିପରି ଭାବେ ସୁଚାରୁରୂପେ ସମାପନ ହୋଇପାରିବ ସେ ବିଷୟରେ ସମସ୍ତଙ୍କ ସହ ଆଲୋଚନା କରି ସମସ୍ତଙ୍କର ସାହାଯ୍ୟ ସହଯୋଗ ପାଇଁ ଅନୁରୋଧ କରିଥିଲେ । ଏହି ବିଜ୍ଞାନ ମେଳାରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପ୍ରଧାନ ଶିକ୍ଷକ ଗଣମାଧ୍ୟମ କୁ ସୂଚନା ଦେଇଥିଲେ । ଅନ୍ୟ ମନଙ୍କ ମଧ୍ୟରେ ସି ଆର ସି ସି କୃଷ୍ଣଚନ୍ଦ୍ର ବଳବନ୍ତରାୟ, ସ୍ନେହରାଣୀ ପଣ୍ଡା, ସୁସ୍ମିତା ଦେ , ଅଜୟ ପଟନାୟକ,ବିଦ୍ୟାଧର ଜେନା ,ଶରତ ଖୁଣ୍ଟିଆ  ପ୍ରମୁଖ ଉପସ୍ଥିତ ଥିଲେ ।
 କୋଣାର୍କ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts