ads

Breaking News

ମିନିଟ୍ରକ ଚାପାରେ ବୃଦ୍ଧାଙ୍କର ମୃତ


 S daeali
nayagarh

ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଠାରୁ ବହାଡଝୋଲା ରାସ୍ତା ଅତି ସଙ୍କୁଚିତ ଏବଂ ଶୋଚନୀୟ ହୋଇପଡିଛି।ଏହି ରାସ୍ତାରେ ଅନେକ ବେଆଇନ ହମ୍ପସ ନିର୍ମାଣ କରାଯାଇଛି।ଏଥିପାଇଁ ସବୁଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି।ଆଜି ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ବଳଭଦ୍ରପୁର ନିକଟରେ ଏକ କୁଣ୍ଡା ବୋଝେଇ ମିନିଟ୍ରକ ଜଣେ ୪୭ ବର୍ଷୀୟ ବୃଦ୍ଧାଙ୍କୁ ଚପାଇ ଦେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି।ମୃତ ବୃଦ୍ଧା ଜଣକ ହେଉଛନ୍ତି କୁଶଢିପି ଗ୍ରାମର ରାଜୁ ନାୟକଙ୍କ ସ୍ତ୍ରୀ ହୀରା ନାୟକ।ମୃତ ଶବକୁ ଓଡ଼ଗାଁ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି।ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଥିବାବେଳେ ଓଡ଼ଗାଁ ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।   
ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts