ads

Breaking News

କୋଶଳ ପବ୍ଲିକ ସ୍କୁଲରେ ୪୦ତମ ବାର୍ଷିକୋତ୍ସବ


 N Das
Baragarh
 ବରଗଡ------ ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଚକୁଳି ଫାର୍ମ ନିକଟସ୍ଥ ନୂଆ ଖଇରପାଲି କୋଶଳ ପବ୍ଲିକ ସ୍କୁଲରେ ୪୦ତମ ବାର୍ଷିକୋତ୍ସବ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି। ପ୍ରଥମେ ଅତିଥୀମାନଙ୍କୁ ସ୍ୱାଗତ ସମର୍ଦ୍ଧନା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବାନୀତ କରାଯାଇଥିଲା। ଅତିଥି ମାନଙ୍କ ଦ୍ୱାରା ଦ୍ବୀପ ପ୍ରଜ୍ଵଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ହୋଇଥିଲା। ଏହି ଉତ୍ସବଟି ସ୍କୁଲର ଅଧ୍ୟକ୍ଷ ମଧୁ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଉଥିବାବେଳେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପଧାନ, ସମ୍ବାନୀତ ଅତିଥି ଭାବେ ବିନୟ ପାତ୍ର ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନଳିନୀ ପଟ୍ଟନାୟକ,ଗୁଣମଣି କର୍ମୀ,ପି ସୁରିଆ ରାଓ ରହିଥିଲେ। ବହୁ ସଂଖ୍ୟାରେ ଅଭିଭାବକ ଅଭିଭାବିକା ମାନେ ବାର୍ଷିକୋତ୍ସବରେ ଯୋଗ ଦେଇଥିଲେ । ବିଦ୍ୟାଳୟ ରେ ଅନୁଷ୍ଠିତ କ୍ରୀଡ଼ା ଓ ବିଭିନ୍ନ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସଭାଶେଷରେ ଉପେନ୍ଦ୍ର କୁମାର ପାରିକର ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରୀ ମାନଙ୍କ ଦ୍ୱାରା ଉଦଯାପନି ସଙ୍ଗୀତ ଗାନ କରାଯାଇଥିଲା।ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଇଥିଲା।
 ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts