ads

Breaking News

ସମସ୍ୟା ଘେରରେ ବ୍ରାହ୍ମଣୀକଳା ହାଇସ୍କୁଲ, ବିପଦପୂର୍ଣ୍ଣ ଘରେଚାଲିଛି ଶିକ୍ଷାଦାନ

ହାଟଡିହି----- ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ବ୍ରାହ୍ମଣୀକଳା ଗ୍ରାମରେ ଥିବା ତାରିଣୀ ଠାକୁରାଣୀ ବିଦ୍ୟାପୀଠଟି ନାନା ସମସ୍ୟା ଦେଇ ଗତି କରୁଛି । ବିଶେଷତଃ ଶ୍ରେଣୀ ଗୃହ ଅଭାବରୁ ଛାତ୍ରଛାତ୍ରୀମାନେ ବିପଦପୂର୍ଣ୍ଣ ଶ୍ରେଣୀଗୃହରେ ବସି ପାଠ ପଡୁଛନ୍ତି । ୧୯୯୨ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ଏବେ୮ମରେ ୩୧ଜଣ, ନବମରେ ୩୯ଜଣ ଓ ଦଶମରେ ୩୫ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି  । ୨୭ବର୍ଷ ପୁର୍ବରୁ ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ନିର୍ମିତ ଶ୍ରେଣୀଗୃହରେ ଏବେ ବି ଶିକ୍ଷାଦାନ ଚାଲିଛି  । ୨୭ବର୍ଷର ପୁରୁଣା ଘରଟିର କାନ୍ଥ ଗୁଡିକ ଫାଟି ଆଁ କରିଥିବାବେଳେ ଅନେକ ଶରୀସୃପ ଏହି ଭଙ୍ଗା କାନ୍ଥରେ ବାସ କରୁଥିବାରୁ ଛାତ୍ରଛାତ୍ରୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଅନେକ ସ୍ଥାନରେ ଆଜବେଷ୍ଟସ ଗୁଡିକ ଫାଟି ଯାଇଥିବାରୁ ବର୍ଷାଦିନେ ଶ୍ରେଣୀଗୃହ ଭିତରେ ପାଣି ଲହଡି ମାରୁଛି । ସେହିପରି ଅଫିସ ଗୃହ ନଥିବାରୁ ଏକ ଛୋଟିଆ କୋଠରୀରେ ଶିକ୍ଷକ ଓ କର୍ମଚାରୀମାନେ ବସୁଛନ୍ତି । ଗତ ତିନିବର୍ଷ ତଳେ ଜିଲ୍ଲାର ସମସ୍ତ ବ୍ଲକଗ୍ରାଣ୍ଡ ସ୍କୁଲ ଗୁଡିକୁ ଖଣିଜ ପାଣ୍ଠିର ଅନୁଦାନ ଯୋଗାଇଦେଇ  ଭଲ ଭଲ ଶ୍ରେଣୀଗୃହ ନିର୍ମାଣ କରାଯାଇଥିବାବେଳେ ଏହି ସ୍କୁଲଟି ସେହି ଯୋଜନାରୁ ବଞ୍ଚିତ ହୋଇଛି । ଏନଇ ବାରମ୍ବାର ପ୍ରଶାସନ ନିକଟରେ ଦାବି କରୁଆସୁଥିଲେବି ଆଜି ପର୍ଯ୍ୟନ୍ତ ଶ୍ରେଣୀଗୃହ ନିର୍ମାଣ କରାଯାଉ ନଥିବାରୁ ଛାତ୍ରଛାତ୍ରୀଙ୍କ ଜୀବନ ବିପଦ ଶଙ୍କୁଳ ହୋଇପଡିଛି । ଏଣୁ କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏହି ବିଦ୍ୟାଳୟକୁ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେବାକୁ ସଭାପତି ଗୋବିନ୍ଦ ଚନ୍ଦ୍ର ବଳ, ସମ୍ପାଦକ ତଥା ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ରାଉତ, ବିଧାୟକ ପ୍ରତିନିଧି ବାଞ୍ଛାନିଧି ସେଠୀ, ପରମାନନ୍ଦ ବେହେରା, ପରିକ୍ଷୀତ ସ୍ୱାଇଁ, ଗୋପିନାଥ ବେହେରା, ସରପଞ୍ଚ ଶ୍ରୀଧର ବେହେରା, ସମିତିସଭ୍ୟା ସୁକାନ୍ତୀ ବେହେରା, ଭାଗିରଥି କବି, ରାଜେନ୍ଦ୍ର ଜେନା, ପଦ୍ମାବତୀ ପ୍ରଧାନ ପ୍ରମୁଖ ପରିଚାଳନା କମିଟି ସଦସ୍ୟମାନେ ଦାବି କରିଛନ୍ତି ।
 ହାଟଡିହିରୁ ବିକାଶ ବିଶ୍ୱାଳ
 B Biswal
hatadhi 

ads

Blog Archive

Popular Posts