ads

Breaking News

ଓଡ଼ଗାଁରେ ସଡ଼କ ଦୁର୍ଘଟଣା; ଦୁଇ ଯୁବକ ଆହତ


ନୟାଗଡ଼: ନୟାଗଡ଼ରୁ ଭଞ୍ଜନଗର ଯାଇଥିବା ୨୧ ନମ୍ବର ରାଜ୍ୟ ରାଜପଥରେ ଏବେ ଜନ ଗହଳି ଲାଗିରହୁଛି। ଆଜି ପୂର୍ବାହ୍ନ ୧୧ଟାରେ ଓଡ଼ଗାଁରେ ଥିବା ସରକାରୀ ବୈଷୟିକ ଶିକ୍ଷା କେନ୍ଦ୍ର ନିକଟରେ ଏକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ହୋଇଛନ୍ତି ।ଓଡ଼ଗାଁରୁ ନୟାଗଡ଼ ଅଭିମୁଖେ ଦୃତ ଗତିରେ ଯାଉଥିବା ଏକ ମାରୁତି ସୁଜୁକି ଏସ କ୍ରସ ଗାଡ଼ି ସରକାରୀ ଶିକ୍ଷା କେନ୍ଦ୍ର ନିକଟରେ ଥିବା ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା କଲଭର୍ଟରେ ପିଟିହୋଇ ରାସ୍ତାକଡ଼କୁ ଓଲଟିପଡିଥିଲା। ଏଥିରେ ଗୁରୁତର ଦୁଇ ଯୁବକଙ୍କୁ ନୟାଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗାଡ଼ିର ନମ୍ବର ପ୍ଲେଟ ଭାଙ୍ଗି ନଷ୍ଟ ହୋଇଥିବାବେଳେ ଓଡ଼ଗାଁ ଅଂଚଳର ବୋଲି ଜଣାପଡିଛି। ଖବର ପାଇ ପୋଲିସ ଦୁର୍ଘଟଣା ଗସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି ।

ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts