ads

Breaking News

କୋଣାର୍କ ପ୍ରେସ୍ କ୍ଳବ ପକ୍ଷରୁ ମିନି ସାଇକ୍ଲୋଥନ


କୋଣାର୍କ---  କୋଣାର୍କ ଉତ୍ସବ-୨୦୧୯ ଆରମ୍ଭରୁ କୋଣାର୍କ ପ୍ରେସ କ୍ଳବ ପକ୍ଷରୁ  ମିନି ସାଇକ୍ଳୋଥନ ଅନୁଷ୍ଠିତ ହୋଇଯାଇଛି  । ପର୍ଯ୍ୟଟନ ବିଭାଗ ସହାୟତାରେ ଚଳିତ ବର୍ଷ ଚତୁର୍ଥ ଥର ପାଇଁ କୋଣାର୍କ ପ୍ରେସ୍ କ୍ଲବ ପକ୍ଷରୁ କୋଣାର୍କ ଉତ୍ସବର ଶ୍ରୀ ବୃଦ୍ଧି କରିବା ,  ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ସଚେତନ କରିବାର ଲକ୍ଷନେଇ ‘ପଲିଥିନ ମୁକ୍ତ କୋଣାର୍କ, ସ୍ୱଛ କୋଣାର୍କ ଓ ସୁସ୍ଥ କୋଣାର୍କ’ ବାର୍ତ୍ତାକୁ ପ୍ରଚାର ପ୍ରସାର କରିବା ଉଦେଶ୍ୟରେ ଆଜି ସକାଲ ୮ଟାରରେ ଆୟୋଜିତ ହୋଇଯାଇଛି ମିନି ସାଇକ୍ଲୋଥନ ।  ରାଜ୍ୟ କ୍ରୀଡା ଓ ଯୁବ ସେବା ଏବଂ ସୁଚନା ପ୍ରଯୁକ୍ତି ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଇଣ୍ଡର ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ପତାକା ଦେଖାଇ ମିନି ସାଇକ୍ଲୋଥନର ଶୁଭାରମ୍ଭ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ କୋଣାର୍କ ଥାନାଧିକାରୀ ସଞ୍ଜୀବ କୁମାର ପ୍ରଧାନ, ବରିଷ୍ଟ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ବିଜେଡି ନେତା ଗୋପାଳଚନ୍ଦ୍ର ବେହେରା, ପଦ୍ମଲୋଚନ ବେଉରିଆ, ପୁରୀ ଜିଲ୍ଲ କେନ୍ଦ୍ରୀୟ ମତ୍ସ୍ୟ ସମବାୟ ସଙ୍ଘ ସଭାପତି ମଧୁସୁଦନ ପ୍ରଧାନ, କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବୀନ୍ଦ୍ରନାଥ ବାହୀନୀପତି, କୋଣାର୍କ ଏନଏସିର ନିର୍ବାହୀ ଅଧିକାରୀ ଏମ. ଶ୍ରୀନିବାସ, ସମାଜସେବି ହରିଶ୍ଚନ୍ଦ୍ର ଦାଶ, ପ୍ରଫୁଲ୍ଲ ପାତ୍ର, ଗୋପାଳ ଦାଶ  ପ୍ରମୁଖ ଉପସ୍ଥିତ ଥିଲେ ।
ସୂର୍ଯ୍ୟମନ୍ଦିର ସମ୍ମୁଖରୁ ବିଭିନ୍ନ ଶ୍ଲୋଗାନମାନ ଦେବା ସହ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କୁ ସଚେତନ କରାଇ ବଜାର ପରିକ୍ରମା କରି କୋଣାର୍କ-ପୁରୀ ବେଳାମାର୍ଗ ଦେଇ ମା’ ରାମଚଣ୍ଡୀଙ୍କ ପୀଠରେ ପହଞ୍ଚି ଥିଲା  । ଏଠାରେ ଏକ ସଚେତନତା ସଭା ଆୟୋଜନ କରାଯାଇ ପଲିଥିନ ମୁକ୍ତ, ସ୍ୱଛ ଓ ସୁସ୍ଥ ପରିବେଶ ଗଠନ କରିବା ପାଇଁ ଉପସ୍ତିତ ଅତିଥିମାନେ ମତପୋଷଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ୭ଜଣ ବ୍ୟକ୍ତିଙ୍କୁ କୋଣାର୍କ ପ୍ରେସ୍ କ୍ଳବ ପକ୍ଷରୁ ପୁଷ୍ପଗୁଛ, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ  କରାଯାଇଥିଲା । ଏହି ଅବସରରେ ସିନେତାରକା ବିଦୁସ୍ମତା ମିନି ସାଇକ୍ଲୋଥନରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିବା ବେଳେ ଅନ୍ୟ ଅତିଥିମାନଙ୍କ ସହ ମିସି ମା’ ରାମଚଣ୍ଡୀଙ୍କ ପୀଠରେ ବୃକ୍ଷ ରୋପଣ କରିଥିଲେ  । ଏହି ସାଇକ୍ଲୋଥନରେ କଲେଜ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ ପରିବେଶବିତଙ୍କ ସମେତ ସାଇକଲ ଚାଳନାରେ ରୁଚିରଖୁଥିବା ବ୍ୟକ୍ତିମାନେ ସାମିଲି ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ କୋଣାର୍କ ପ୍ରେସ୍ କ୍ଲବର ସଭାପତି ସଞ୍ଜୟ ପତି, ସମ୍ପାଦକ ମାନସରଞ୍ଜନ ପାତ୍ର, ଉପ ସଭାପତି ଅବନୀଭୁଷଣ ବାରିକ, ସହସମ୍ପାଦକ ବିଚିତ୍ର ଓଝା ଓ ସାମ୍ବାଦିକ ବିଶ୍ୱଜିତ ରାଉତରାୟଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ

ads

Blog Archive

Popular Posts