ads

Breaking News

ପୁରୀ ଜିଲ୍ଲାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘର ବୈଠକ

 ପୁରୀ ---- ପୁରୀ ସଦର ବ୍ଳକ ସମ୍ମଳନୀ କକ୍ଷରେ ପୁରୀ ଜିଲ୍ଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘ ପୁରୀ ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କାଳୁଚରଣ ନାୟକ ଓ ସମ୍ପାଦକ ସୁରେଶ କୁମାର ଦଳାଇଙ୍କ ସହିତ ୧୧ ଗୋଟି ବ୍ଳକର ପଞ୍ଚାୟତ କାର୍ଯ୍ୟନିର୍ବାହୀ  ଅଧିକାରୀ ମାନେ ଯୋଗଦେଇଥିଲେ  । ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୂଖୀ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ କେବଳ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ନ ଦେଇ ବିଭିନ୍ନ ବିଭାଗର କାର୍ଯ୍ୟକୁ ସେହି ବିଭାଗର ଅଧିକାରୀ ଦାୟତ୍ୱ ଦେବାକୁ ଦାବି କରାଯାଇଛି । ସେହିପରି ପ୍ରତି ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଆରଏସ ନିଯୁକ୍ତି କରାଯାଉ  । ସେହିପରି ପ୍ରତି ପଞ୍ଚାୟତରେ ଜଣେ କ୍ଳକ ଓ ପିଅନ ନିଯୁକ୍ତି ଦେବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିସ୍ପତି ଗ୍ରହଣ କରାଯାଇଛି । ସେହିପିର ଫନି ବାତ୍ୟାରେ କ୍ଷତିଗସ୍ତ ହିତାଧିକାରୀ ମାନଙ୍କୁ  ଘର ଯୋଗାଶ ସମୟରେ ଏକ ଠିକାଦାର ଜରିଆରେ କାର୍ଯ୍ୟ କରିବା  ସହ ବିଭିନ୍ନ ଦାବି ଗୁଡିକ  ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପଞ୍ଚାୟତ ବିଭ।।ଗକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ବୋଲି ସଂଘର ସଭାପତି କାଳୁ ଚରଣ ନାୟକ ଓ ସମ୍ପାଦକ ସୁରେଶ କୁମାର ଦଳାଇ ଜଣାଇଛନ୍ତି ।
 D Senapati
Puri
 ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts