ads

Breaking News

ମହିଳା ଦକ୍ଷତା ବିକାଶ ତାଲିମ ଶିବିର

ବେଗୁନିଆ---- ବେଗୁନିଆ  ବ୍ଲକ  ବଡବେରଣା ପଞ୍ଚାୟତ ଅନ୍ତର୍ଗତ  କୋଲୁହାପାଟଣା ଗ୍ରାମରେ  ଆତ୍ମା ପକ୍ଷରୁ  ମହିଳା ଦକ୍ଷତା ବିକାଶ ତାଲିମ ଶିବିର ଶୁଭଶ୍ରୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏ  ନେଇ ତାଲିମ ଶିବିରରେ  ବେଗୁନିଆ କୃଷି କାର୍ଯ୍ୟାଳୟର ସହକାରୀ ଅଧିକାରୀ ରତିକାନ୍ତ ପଟ୍ଟନାୟକ ,ବିଟିଏମ ପିଙ୍କି କୁମାରୀ,ଏଟିଏମ  ଅନାମ ଚରଣ ବରାଳ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗ ଦେଇ ମହିଳାମାନେ  କୁଟୀର ଶିଳ୍ପ ମାଧ୍ୟମରେ  ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ପରେ ଛତୁ ଚାଷ,ମହୁ ଚାଷ,ଅଦାରୁ ଖଟା ପ୍ରସ୍ତୁତି ଓ ମହମବତୀ ନିର୍ମାଣର ବିଭିନ୍ନ ପ୍ରଣାଳୀ ଓ କୌଶଳ ଗୁଡିକ ପ୍ରଦର୍ଶନ କରିଥିଲେ  ।ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଯୋଗେଶ୍ୱର ପଣ୍ଡା, କୃଷକ ସାଥି ମାନସ ରଞନ କର,ବଂଶୀଧର ଦଳେଇ ପ୍ରମୁଖ ପରିଚାଳନା କରିଥିଲେ ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts