ads

Breaking News

ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ପଞ୍ଚାୟତର ପ୍ରତିନିଧି ମାନେ

ବରୀ---  ଗତ ସାଧାରଣ ନିର୍ବାଚନ ପର ଠାରୁ ବରୀ ରାଜନିତିରେ ଚର୍ଚ୍ଚା ଥମିନାହିଁ । ଚଳିତ ୨୭ରେ ଏହି ବ୍ଲକ ଅନ୍ତର୍ଗତ ଅଙ୍ଗାଳୋ ପଞ୍ଚାୟତରେ ସମିତି ସଭ୍ୟ ପାଇଁ ଉପ- ନିର୍ବାଚନ ହେଉଛି  ।   ସୋମବାର ୨୫ ତାରିଖରେ ଗମ୍ମୁ ପଞ୍ଚାୟତର ବିଜେପି ସମ୍ମର୍ôଥତ ସରପଞ୍ଚ ଝୁନାରାଣୀ ସେଠୀ, ନାଏବ ସରପଞ୍ଚ ଉପେନ୍ଦ୍ର ନାୟକ, ବିଜେପି ନେତା ସନ୍ତୋଷ ନାୟକ, ମିତ୍ରସେନପୁର ସେବା ସମବାୟ ସମିତିର ସଭାପତି ତପନ କୁମାର ନାୟକ, ବରିଷ୍ଠ କଂଗ୍ରେସ ନେତା ଆଇନଜୀବୀ  ଅମ୍ବିକା ପ୍ରସାଦ ସାମଲ, ମହାକାଳପଡାର ପୂର୍ବତନ ସମିତି ସଭ୍ୟ ପ୍ରଭାସ ରଂଜନ ପରିଡା, ନିରଜଂନ ସାମଲ ପ୍ରମୁଖ ନିଜର ଶତାଧିକ କର୍ମୀଙ୍କ ସହିତ  ସ୍ଥାନୀୟ ବିଧାୟିକା ସୁନନ୍ଦା ଦାସଙ୍କ ସହ ଯାଇ ନବୀନ ନିବାସରେ ବିଜେଡିରେ ଯୋଗ ଦେଇଛନ୍ତି । କିଛି ଦିନ ପୂର୍ବରୁ ଅମଠପୁର ପଞ୍ଚାୟତର ସରପଞ୍ଚ ଦାୟତ୍ୱରେ ଥିବା ନାଏବ ସରପଞ୍ଚ ମଧ୍ୟ ନିଜ ସହ ଯୋଗି ମାନଙ୍କ ସହ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ ।
ବରୀରୁ ଦର୍ଶନ ବେହେରାଙ୍କ - ରିପୋର୍ଟ

ads

Blog Archive

Popular Posts