ads

Breaking News

ପ୍ରମୁଖ ଶିକ୍ଷା ସଚିବଙ୍କ ଅଚାନକ ନୟାଗଡ଼ ଗସ୍ତ


ନୟାଗଡ଼ --- ଆଜି ରାଜ୍ୟ ହରିଜନ ଆଦିବାସୀ,ସଂଖ୍ୟା ଲଘୁ ଏବଂ ପଛୁଆବର୍ଗ ଉନ୍ନୟନ ତଥା ପ୍ରମୁଖ ଶିକ୍ଷା ସଚିବ ରଂଜନା ଚୋପ୍ରା ବୁଧବାର ଅଚାନକ ନୟାଗଡ଼ ଜିଲ୍ଲା ଗସ୍ତ କରିଛନ୍ତି। ସାଥିରେ ଥିଲେ ଜିଲ୍ଲାପାଳ ଡଃ ପୋମା ଟୁଡୁ,ଜିଲ୍ଲା ପ୍ରକଳ୍ପ ନିର୍ଦେଶକ, ଓଡ଼ଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ । ସେମାନେ ପ୍ରଥମେ ସୋଲପଟାରେ ଥିବା କୁକୁଡ଼ା ଫାର୍ମକୁ ପରିଦର୍ଶନ କରିଥିଲେ। ସେଠାରେ ୬୦,୦୦୦ କୁକୁଡ଼ା ରଖିବା ପାଇଁ ଋଣ ନେଇଥିଲେ । ସେଠାରେ ମାତ୍ର ୪୦ ,୦୦୦ କୁକୁଡ଼ା ଗଛିତ ଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।ସେଠାରେ ମାତ୍ର ୩୪୦୦୦ ଅଣ୍ଡା ଥିବା ବିବୃତ୍ତିରୁ ଜଣାପଡିଛି। ତାପରେ ଓଡ଼ଗାଁ ବ୍ଲକ ଅଧୀନରେ ଥିବା ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ।ଉକ୍ତ ବିଦ୍ୟାଳୟ ଅଧିନରେ ଥିବା ଆଦିବାସୀ ଏବଂ ଅନୁସୂଚିତ ଜାତି ଏବଂ ଜନଜାତିର ଛାତ୍ରୀନିବସାକୁ ପରିଦର୍ଶନ କରିଥିଲେ । ସେଠାରେ କେତେକ ସମସ୍ୟାକୁ ଖୁବ ଶୀଘ୍ର ସମାଧାନ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ
 S dhaeali
nayagarh

ads

Blog Archive

Popular Posts