ads

Breaking News

ପୂର୍ବତନ ସରପଞ୍ଚ ଦାମ ନାଗଙ୍କ ସ୍ମୃତିଚାରଣ ସଭା

ବେଗୁନିଆ----- ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦାମୋଦର ନାଗଙ୍କ ଏକାଦଶାହ ଅବସରରେ ପାଟରା ସାହିରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ସଭାର ପ୍ରାରମ୍ଭରେ  ସ୍ୱର୍ଗତଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏ  ନେଇ ସ୍ମୃତିଚାରଣ ସଭାରେ  ସମାଜସେବୀ ରାମଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ ।ଏଥିରେ ସ୍ୱାଧିନତା ସଂଗ୍ରାମୀ ମଦନ ମୋହନ ମାର୍ଥା, ସ୍ଥାନୀୟ ସରପଞ୍ଚ  ଶିବପ୍ରସାଦ ଦାସ,ସମାଜସେବୀ ଭିକାରୀ ଚରଣ ସାହୁ,ପୂର୍ବତନ ସରପଞ୍ଚ ସଉରୀ ସାହୁ,ଦେବେନ୍ଦ୍ର ବିଶୋୟୀ, ,ସ୍ଥାନୀୟ ପଞ୍ଚାୟତର ପୁର୍ବତନ ସମ୍ପାଦକ ତ୍ରିନାଥ ବରାଳ,ଅଧ୍ୟାପକ ଡଃ ସୋମନାଥ  ବିଶୋୟୀଙ୍କ ସମେତ  ଅଂଚଳର ବହୁ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମକୁ  ଅଧ୍ୟାପକ ନବ କିଶୋର ବିଶୋୟୀ  ସଂଯୋଜନା କରିଥିବା ବେଳେ ଲଳିତ ନାରାୟଣ ନାଗ  ଧନ୍ୟବାଦ ଅର୍ପଣ ଦେଇଥିଲେ  ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts