ads

Breaking News

ଡେଲାଙ୍ଗ ଷ୍ଟେସନ ଦୁର୍ଗା ପୂଜା ପାଇଁ ମାଟି ଅନୁକୂଳ


D senapati
Delang news
 ଡେଲାଙ୍ଗ ----- ଅକ୍ଟୋବର ମାସରେ ମାଙ୍କ ମୂର୍ଣ୍ଣୟ ମୂର୍ତ୍ତି ସମସ୍ତ ପୂଜା ମଣ୍ଡପରେ ଝଲସି ଉଠିବ  ।ଏହି ଅବସରରେ  ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ଦୁର୍ଗା ପୂଜା କମିଟି ପକ୍ଷରୁ  ନନ୍ଦ ଉତ୍ସବରେ ଲୁଣା ନଦୀରୁ  ନୀତି ନିୟମ ଅନୁଯାୟୀ ମାଙ୍କ ଦୁର୍ଗା ପୂଜା ପାଇଁ ମାଟି ସଂଗ୍ରହ ଅନୁଷ୍ଠିତ ହୋଇଯାଇଛି । ଦୁର୍ଗା ମଣ୍ଡପରେ ଥିବା  ସମସ୍ତ ସଦସ୍ୟ ମାନେ ଏହି ଉତ୍ସବରେ ଉପସ୍ଥିତ ରହିଥିଲେ  । ବାହ୍ମଣଙ୍କ ଦ୍ୱାରା ଲୁଣାନଦୀ ପଠାରୁ ମାଟି ସଂଗ୍ରହ କରାଯାଇଛି । ଏହି ମାଟି ମାଙ୍କ ମୂର୍ତ୍ତି ସମ୍ପର୍ଣ୍ଣ ଶେଷ ହେବା ପର୍ଯ୍ୟନ୍ତ ମଣ୍ଡପରେ ପୂଜା ପାଇବେ ବୋଲି  । ସୁବାଷ  ପାଣି କର୍ତ୍ତା ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ  । ମାଟି ସଂଗହ କରାଯିବା ପରେ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ମାଟି ଅଣାଯାଇଥିଲା  । ବାଟରେ ଥିବା ସମସ୍ତ ଦେବାଦେବୀ ମନ୍ଦିରରେ ପୂଜା କରାଯାଇଥିଲା  । ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ଜେନା, ଦିବାକର ପ୍ରଧାନ, ବ୍ରହ୍ମାନନ୍ଦ ପରିଡା, ପ୍ରନୀପ୍ତ ସ୍ୱାଇଁ, ସୁଶାନ୍ତ ବିଶ୍ୱାଳ, ଧୋବେଇବାରିକ, ବାବୁଲି ବାରିକ, ଅହଲା ବେହେରା, ପୀତବାସ ଦାଶ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts