ads

Breaking News

ସାରସ୍ୱତ ଆସର ଏବଂ କବିତା ପାଠୋତ୍ସବ

ନୟାଗଡରେ ସାରସ୍ୱତ ଆସର ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି ।  ସାହିତ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ନୟାଗଡରେ ହୋଇଛି ନିଆରା ପ୍ରୟାସ । ଆଜି ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ଆନୁକୂଲ୍ୟରେ ଖଣ୍ଡପଡ଼ା ରୋଡସ୍ଥିତ ରୋଟାରୀ କ୍ଲବ ଆନୁକୂଲ୍ୟରେ ସାରସ୍ୱତ ଆସର ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସାହିତ୍ୟରେ ନିଆରା ରୁଚି ରଖୁଥିବା ଡ଼ଃ ସାହୁ ଯୁବ ପ୍ରତିଭମାନଙ୍କୁ ସାହିତ୍ୟ ପାଇଁ ଉତ୍ସର୍ଗୀକୃତ ହେବାପାଇଁ ପ୍ରେରଣା ଦେଇଥିଲେ। ଏଥିରେ ନୟାଗଡ଼ର ନୂତନ ଜିଲ୍ଲାପାଳ ଡଃ ପୋମା ଟୁଡୁ,ସାହିତ୍ୟିକ ବସିରନ ବିବି,ଶରତ ଚନ୍ଦ୍ର ଆଚାର୍ଯ୍ୟ,ରାମକୃଷ୍ଣ ରଥ,ଉତ୍ପଳ କୁମାର ସାହୁ ତଥା ଯୁବ ସାହିତ୍ୟିକ ପ୍ରମୁଖ ଯୋଗ ଦେଇ ସ୍ଵକୀୟ କବିତା ପାଠ କରିବା ସହିତ ସାହିତ୍ୟର ବିଭିନ୍ନ ପୃଷ୍ଠଭୂମି ଉପରେ ମତବ୍ୟକ୍ତ କରିଥିଲେ। 

ଓଡ଼ଗାଁରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts