ads

Breaking News

ସଫେଇ ଅଭିଯାନରେ ସାମିଲି ହେଲେ ଆଇନିଜୀବୀ


A malika
knorak News
କୋଣାର୍କ---  ମଙ୍ଗଳବାର ସକାଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟେଜିତ  ‘ମୋ ବିଚ୍’ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।  ଚନ୍ଦ୍ରଭାଗା ବେଳାଭୂମିରେ ପଡିରହିଥିବା ଅଳିଆ ଆବର୍ଜନାକୁ ସଫେଇ କରାଯାଇଥିଲା । ଏହି ଅଭିଯାନରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ଯୋଗଦେଇଥିଲେ  । ସେହିପରି କୋଣାର୍କ ବାର ଆସୋସିଏସନର ସମସ୍ତ ଆଇନିଜୀବୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ  ।  ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ମଙ୍ଗଳବାର ସକାଳ ସମୟରେ ପ୍ରଶାସନ ପକ୍ଷରୁ ବେଳାଭୂମି  ସଫେଇ କାର୍ଯ୍ୟକ୍ରମ କରାଯାଉଥିବା ଜଣାପଡିଛି । ଏହି ଅଭିଯାନରେ କୋଣାର୍କ ବାର ଆସୋସିଏସନର ସଭାପତି ତଥା ଆଇନିଜୀବୀ ଶ୍ରୀଜୟ ବରାଳ, ଦେବରାଜ ଦାଶ, ସୁରେଶ ଚନ୍ଦ୍ର ସ୍ୱାଇଁ, ଗନ୍ଧର୍ବ ଦଳାଇ, ବିଜୟ ମହାନ୍ତି, ଭଗବାନ ମହାପାତ୍ର, ପ୍ରଷୁଜିତ ପ୍ରରିଡା, ଭାବଗ୍ରାହୀ ସ୍ୱାଇଁ, ଅଜୟ ସେଠୀ, ସତ୍ୟଭାମା ରଥ, ଜ୍ୟୋତି ପଣ୍ଡା, ଲକ୍ଷ୍ମୀକାନ୍ତ ଖଟୋଇ, ପ୍ରଦୀପ୍ତ୍ ପାତ୍ରଙ୍କ ସମେତ ସମସ୍ତ ଆଇନିଜୀବୀ ସାମିଲି ହୋଇ ଚନ୍ଦ୍ରଭାଗା  ବେଳାଭୂମିରେ ପଡିରହିଥିବା ଅଳିଆ ଆବର୍ଜନାକୁ ସଫା କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ

ads

Blog Archive

Popular Posts