ads

Breaking News

ନୟାଗଡ଼ ଜିଲ୍ଲାରେ କାଳିଆ ଯୋଜନାର ସଂଶୋଧନ ଚାଲିଛି


ନୟାଗଡ଼ ------କାଳିଆ ଯୋଜନାର ସଂଶୋଧନ ପାଇଁ  ଜିଲ୍ଲା ସାରା ଚାଲିଛି ପ୍ରୟାସ।  କୃଷି, ମତ୍ସ୍ୟ, ପଶୁସମ୍ପଦ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ କାଳିଆ ଯୋଜନାର ସଂଶୋଧିତ ତାଲିକା ପ୍ରକାଶ ପାଇଁ ନିର୍ଦେଶ ଦେଇଛନ୍ତି। ତାଙ୍କ ମତ ଅନୁସାରେ ଏହି ପ୍ରକ୍ରିୟା ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରାୟ ସତୁରୀ ଭାଗ ସଂଶୋଧନ ସରିବା ପରେ ସମୁଦାୟ ୩୬ଲକ୍ଷ ୮୮ ହଜାର ହିତାଧିକାରୀଙ୍କ ମଧ୍ୟରୁ ୨ଲକ୍ଷ ୬୬ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ସରିଲାଣି ବୋଲି  ସୂଚନା ଦେଇଛନ୍ତି। ପୁଣି ୮ହଜାର ଅନ୍ନପୂର୍ଣ୍ଣା ହିତାଧିକାରୀଙ୍କ ଆଧାର କାର୍ଡ ସଠିକ ନଥିବାରୁ ସେମାନଙ୍କୁ ମଧ୍ୟ ଏହି ଯୋଜନାରୁ ବାଦ ଦେବାକୁ ମନ୍ତ୍ରୀ ଡ଼ଃ ସାହୁ ରାଜ୍ୟ ଖାଦ୍ୟସୁରକ୍ଷା ଏବଂ ଯୋଗଣବିଭାଗ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିବାର ଜଣାପଡିଛି ।

 ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts