ads

Breaking News

ପୁରୀ ଜେଲରେ ଖୋଲିଲା ସ୍ନାତକ ଶ୍ରେଣୀ

କୋଣାର୍କ--- -କୋଣାର୍କ -ପୁରୀ ବେଳାମାର୍ଗସ୍ଥିତ  ବାଙ୍ଗର ବରପଦା ଠାରେ ଥିବା ଜିଲ୍ଲା କାରାଗାର ପରିଷରରେ ସୋମବାର କଏଦି ମାନଙ୍କ ଶିକ୍ଷାରେ ଉନ୍ନତି ଓ ସଂସ୍କାର ନିମନ୍ତେ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକ ଶ୍ରେଣୀ ଖୋଲାଯାଇଛି । ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ସହକାରୀ ଆଞ୍ଚଳିକ ନିର୍ଦ୍ଧେଶକ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମୂଖ୍ୟ ଅତିଥି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ଉଚ୍ଚଶିକ୍ଷା ମାଧ୍ୟମରେ ଜେଲରେ ଥିବା କଏଦିମାନଙ୍କର ଶିକ୍ଷାର ବାକାଶ ଓ ସଂସ୍କାର ଆଣି ହେବ ବୋଲି ମନ୍ତ୍ରୀ ଶ୍ରୀଦାସ କହିଥିଲେ  । ଏହି ସମାରୋହରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସୁଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜେଲ ଓ ସଂସ୍କାର ବିଭାଗର ନିର୍ଦ୍ଧେଶକ ତଥା ଅତିରିକ୍ତ ପୋଲିସ ମହାନିର୍ଦ୍ଧେଶକ ସତ୍ୟଜିତ ମହାନ୍ତି, ପୁରୀଜିଲ୍ଲା ଯାଦବ ମହାସଂଘ ସଭାପତି ଗୋପାଳ ଚନ୍ଦ୍ର ବେହେରା, ସମାଜସେବି ରାଜକିଶୋର ଶାବତ, କାରାଗାର ଅଧିକ୍ଷିକା ମମତାବାଳା ପାତ୍ର ପ୍ରମୁଖ ଯୋଗଦେଇ କାରାଗାର ପରିଷରରେ ସ୍ନାତକଶ୍ରେଣୀ ଖୋଲାଯିବା ଫଳରେ ଶିକ୍ଷା ଓ ସଂସ୍କାର ସହ କଏଦିମାନଙ୍କ ଚାରିତ୍ରିକ ସୁଧାର ଅଣାଯାଇ ସୁସ୍ଥ ସମାଜ ଗଠନରେ ସେମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସୁଚନାଯୋଗ୍ୟ ଯେ ପୁରୀଜିଲ୍ଲା କାରାଗାରରେ ୨୦୧୧ମସିହାରେ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଖୋଲାଯାଇ ଦଶମ ଶ୍ରେଣୀରେ ୧୫ଜଣ ଓ ଯୁକ୍ତ ଦୁଇ ଶ୍ରେଣୀରେ ୧୭ଜଣ କଏଦୀ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କଏଦୀମାନଙ୍କର ଉଚ୍ଚଶିକ୍ଷା ନିମନ୍ତେ ସୋମବାର ଅପରାହ୍ନରେ ଜିଲ୍ଲାକାରାଗାର ପରିଷରରେ ଯୁକ୍ତ ୩ଶ୍ରେଣୀ ଖୋଲାଯାଇଛି । ଶେଷରେ କାରାପାଳ ଦୀଲ୍ଲିପ କୁମାର ଯେନା ଧନ୍ୟବାଦ ଅର୍ପଣ କରିଥିଲେ ।

କୋଣାର୍କରୁ ଅଜିତ କୁମାର ମଲିକ

ads

Blog Archive

Popular Posts