ads

Breaking News

ବିଶ୍ଵସ୍ତରୀୟ ହେବ ରଘୁନନ୍ଦନ ପାଠାଗାର।

ପୁରୀ ---- ଏମାର ମଠ ରଘୁନନ୍ଦନ ପାଠାଗାରର ଆଧୁନିକ କାରଣ କରାଯିବ । ପାଠାଗାର ରେ ଉପଲବ୍ଧ ମୂଲ୍ୟବାନ ବିରଳ ପୁସ୍ତକ ଓ ପାଣ୍ଡୁଲିପି ର ସଂରକ୍ଷଣ କରାଯାଇ ଏହାକୁ ବିଶ୍ୱସ୍ତରୀୟ ପାଠାଗାର  କରାଯିବ । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଆଧୁନିକ କାରଣ କାର୍ଯ୍ୟ ପରେ ଉକ୍ତ ପାଠାଗାର କୁ ଏମାର ମଠ ନିକଟସ୍ଥ ଏକ ସ୍ଥାନରେ ପ୍ରତିଷ୍ଠା କରାଯିବ। ଏଥିନିମନ୍ତେ ଆବଶ୍ୟକ ପାଣ୍ଠି ପାଇଁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବଲଵନ୍ତ ସିଂ କହିଛନ୍ତି । ବର୍ତ୍ତମାନର ପାଠାଗାର ଅସୁରକ୍ଷିତ କୋଠାରେ ଥିବାରୁ ଏହାର ସମସ୍ତ ପୁସ୍ତକ ଏବଂ ଆସନାବପତ୍ର ଭୂ ଅର୍ଜନ ସମ୍ମିଳନୀ କକ୍ଷକୁ ସ୍ଥାନାନ୍ତରଣ କରାଯାଇଛି ।  ଅଭିଲେଖାଗାର, ହରେକୃଷ୍ଣ ମହତାବ ପାଠାଗାର କର୍ମଚାରୀ ମାନେ  ସଂରକ୍ଷଣ ଦାୟିତ୍ୱ ନେଇଛନ୍ତି। ସମସ୍ତ ପୁସ୍ତକର ତାଲିକା ପ୍ରସ୍ତୁତ ପରେ ଶତ ପ୍ରତିଶତ ଡିଜିଟିକରଣ କରାଯିବ। ଡିଜିଟିକରଣ କାର୍ଯ୍ୟ ଶେଷ ପରେ ପାଠକମାନେ ବର୍ତ୍ତମାନ ଉକ୍ତ ସମ୍ମିଳନୀ କକ୍ଷରେ ପଢିପାରିବେ। ଏହି ପାଠାଗାରରେ ପୁର୍ବରୁ କାର୍ଯ୍ୟରତ କର୍ମଚାରୀମାନଙ୍କ ସ୍ଵାର୍ଥକୁ ମଧ୍ୟ ଦୃଷ୍ଟିରେ ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାସ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ରାଜ୍ୟ ଅଭିଲେଖାଗାର ର ସୁପରିଟେଣ୍ଡେଣ୍ଟ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ଆଦି ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ
ରୁ ଜୟନ୍ତ ସେଠୀଙ୍କ ରିପୋର୍ଟ

ads

Blog Archive

Popular Posts