ads

Breaking News

ନିକୁଞ୍ଜବିହାରୀ ଦେବଙ୍କ ଶତବାର୍ଷିକୀ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ଆଜି ମହାସମାରୋହରେ

  ବାଲିଅନ୍ତା-----ବାଲିଅନ୍ତା ସ୍ଥିତ ଶ୍ରୀ ଶ୍ରୀ ନିକୁଞ୍ଜବିହାରୀ ଦେବଙ୍କ ଶତବାର୍ଷିକୀ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି।ପ୍ରତ୍ୟୁଷରୁ ମଙ୍ଗଳ ଆଳତି ସହ ସଂକୀର୍ତ୍ତନ,ଲଉଡ଼ିଖେଳ ଓ ଭଜନ କୀର୍ତ୍ତନ ମଧ୍ୟରେ ଭକ୍ତଙ୍କ ଗହଳି ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ଉତ୍ସବରେ ଭକ୍ତମାନଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।ଜୟଦେବ ବିଧାୟକ ଡକ୍ଟର ଅରବିନ୍ଦ ଢାଲି,ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା,ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା,ପୂର୍ବତନ ବିଧାୟକ ଓଡିଶା ରାଜ୍ୟ ଗୃହନିର୍ମାଣ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର,ପୂର୍ବତନ ବ୍ଲକ ଅଧ୍ୟକ୍ଷା କବିତା ମଞ୍ଜରୀ ପରିଡା,ଜିଲ୍ଲା ପରିଷଦ ସଭ୍ୟା ଅରୁନ୍ଧତୀ ସାହୁ,ପୂର୍ବତନ କର୍ପୋରେଟର ଗାୟତ୍ରୀ ଲେଙ୍କା,ସୁକାନ୍ତିବାଲା ସୁବୁଦ୍ଧି,ନବକିଶୋର ବେହେରା,ପ୍ରଶାସକ ନିରଞ୍ଜନ ସାହୁ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ମନ୍ଦିର ଟ୍ରଷ୍ଟବୋର୍ଡ ତରଫରୁ ସମସ୍ତ ସହଯୋଗ କରାଯାଇଥିବାବେଳେ ଯାଦବ ସଙ୍ଘ ତରଫରୁ ଲଉଡ଼ିଖେଳ ହୋଇଥିଲା।ବାଲିଅନ୍ତା ଥାନା ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। 
 ବାଲିଅନ୍ତାରୁ  ନିରଞ୍ଜନ
 N Senapati
Bakianta News
ସେନାପତି

ads

Blog Archive

Popular Posts