ads

Breaking News

ପୂର୍ବତନ ବିଧାୟକ ସାହୁରା ମଲ୍ଲିକ ଙ୍କ ଦ୍ଵାଦଶାହ ପାଳିତ


 ବାଲିଗୁଡ଼ା ------ କନ୍ଧମାଳ ଜିଲ୍ଲା  ବାଲିଗୁଡାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକ ଙ୍କ ଶୁଦ୍ଧକାର୍ଯ୍ୟ ତଥା ଦ୍ଵାଦଶାହ  ସୃତିଚାରଣ ସଭା ନିଜ ଗ୍ରାମ ସୁଡ୍ରା ଠାରେ  ଅନୁଷ୍ଠିତ ହୋଇଯାଇଛି l ଏହି ଦ୍ଵାଦଶାହ ଶୋକସଭାରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ପୂର୍ବତନ ଜି.ଉଦୟଗିରୀ ବିଧାୟକ ସାଲୁଗା ପ୍ରଧାନ, ପୂର୍ବତନ ବାଲିଗୁଡା ବିଧାୟକ ରାଜୀବ ପାତ୍ର, ଲକ୍ଷ୍ମୀକାନ୍ତ ମଲ୍ଲିକ ପୂର୍ବତନ ସାଂସଦ ନକୁଳ ନାୟକ, ବରିଷ୍ଠ ବିଜେପି ନେତା କମଳା ପାଣ୍ଡେଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶୋକସଭାରେ ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଇବା ସହ ସ୍ବଗତ ଶ୍ରୀ ମଲିକଙ୍କ ସ୍ମୃତିଚାରଣ କରିଥିଲେ। ପ୍ରକାଶ ଯେ ବାଲିଗୁଡା ନିର୍ବାଚନ ମଣ୍ଡଳୀରୁ ତିନିଥର କଂଗ୍ରେସ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କନ୍ଧମାଳ ଜିଲ୍ଲାରୁ ମନୋଜ କୁମାର ପ
ଣ୍ଡା

ads

Blog Archive

Popular Posts