ads

Breaking News

ଜେଲ ହାଜତକୁ ଗଲେ ସ୍ତ୍ରୀ ହତ୍ୟାକାରୀ ସ୍ଵାମୀ

  ଅସ୍ତରଙ୍ଗ ------  ଜେଲ ହାଜତ ରେ ପନ୍ତୀ ହତ୍ୟାକାରୀ  ସୟତାନ ସ୍ଵାମୀ, ପତ୍ନୀର ଚରିତ୍ରକୁ ସନ୍ଦେହ କରି ଅତି ବିଭତ୍ସ ଭ।ବରେ ହତ୍ୟା କରିଥିଵା ସ୍ଵାମୀ ଏବେ ଜେଲର ଚାରିକାନ୍ଥ ଭିତରେ । ସେପଟେ ହତ୍ୟାକାରୀ କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଦାବୀ କରିଛନ୍ତି ବୁଦ୍ଧିଜିବୀ ଓ ସମାଜସେବୀ ।
 ସନ୍ଦେହରୁ ଶୟତାନ ପାଲଟିଥିବା ସ୍ଵାମୀ ଗଣେଶ କୁ ଅ।ଜି ଅପରାହ୍ନରେ ନିମାପଡା ଜେଏମଏଫସି କୋର୍ଟରେ ଦାଖଲ କରିଥିଲା ଅସ୍ତରଙ୍ଗ ପୋଲିସ । କିନ୍ତୁ ଅଭିଯୁକ୍ତ ସ୍ଵାମୀ ମନରେ ପତ୍ନୀ କୁ ହତ୍ୟା କରିଥିବାର କୈାଣସି ପରିତାପ ଦେଖିବାକୁ ମିଳିନଥିଲା । ଅତି ସାହାସିକତାର ସହିତ କୋର୍ଟ ପରିସରକୁ ପ୍ରବେଶ କରିବା ଦେଖିବାକୁ ମିଳିଥିଲା । ଗତ ରବିବାର ଦିନ ଗଣେଶ ଓ ତାର ପତ୍ନୀ ଅନ୍ନପୂର୍ଣ୍ଣ। ମଧ୍ୟରେ କୈାଣସି କଥାକୁ ବଚସା ହେବା ପରେ ଗଣେଶ ତାକୁ  ଅ।କ୍ରମଣ କରି ଅଚେତ କରି ଦେଇଥିଲା, ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଂଚି ପତ୍ନୀ ଅନ୍ନପୂର୍ଣ୍ଣାକୁ  ଗାଡି ସାହାର୍ଯ୍ୟରେ ଡାକ୍ତରଖାନା ନେବା କୁ ଗାଡି ଡାକିବାକୁ ଯିବା ସମୟରେ ଏକ ଧାରୁଆ କଟୁରୀରେ ଅନ୍ନପୂର୍ଣ୍ଣାର ମୁଣ୍ଡଗଣ୍ଡି କୁ ଅଲଗା କରି ଦେଇଥିଲା ସ୍ଵାମୀ ଗଣେଶ । ପତ୍ନୀର ଚରିତ୍ରକୁ ନେଇ ଏତେ ସନ୍ଦେହରେ ଶୟତାନ ପାଲଟିଯାଇଥିଲା ଯେ କଟାମୁଣ୍ଡକୁ ନେଇ ପହଂଚିଯାଇଥିଲା ଥାନାରେ ।  ପାରିବାରିକ କଳହ ର ସମାଧାନ ଅନ୍ୟ ଉପାୟରେ ମଧ୍ୟ ହୋଇପାରିଥାନ୍ତା ତେବେ ଏଭଳି ଅମାନବୀୟ କାଣ୍ଡ କରିଥିବା ଅଭିଯୁକ୍ତ ସ୍ଵାମୀ କୁ କଠୋର ରୁ କଠୋର ଏପରିକି ଫାଶି ଦଣ୍ତ ଦିଆଯାଉବୋଲି ଦାବୀ କରିଛନ୍ତି ବିଭିନ୍ନ ମହିଳା ସଙ୍ଗଠନ  ।


 ଅସ୍ତରଙ୍ଗ ରୁ ଜୟନ୍ତ ସେଠୀ

ads

Blog Archive

Popular Posts