ads

Breaking News

ସାକ୍ଷୀଗୋପାଳ ଠାକୁରଙ୍କ କାଳୀୟ ଦଳନ ବେଶ


ସାକ୍ଷୀଗୋପାଳ ----   ଭାଦ୍ରବ କୃଷ୍ଣ ଏକାଦଶୀ ତିଥିରେ ଶ୍ରୀକୃଷ୍ଣ କାଳନ୍ଦୀ ହ୍ରଦକୁ ପଦ୍ମଫଲ ତୋଳିବାକୁ  କାଳନ୍ଦୀ ହ୍ରଦକୁ ଯାଇଥିଲେ  । ସେଠାରେ  ଲୁଚିକି ରହିଥିବା ବିଷଧର ସାପ କାଳୀୟ ନାଗ ଶ୍ରୀକୃଷ୍ଣଙ୍କୁ ଫୁଲ ତୋଳିବା ସମୟରେ ଦଂଶନ କରିଥିଲା ।  ସେହି ବିଷଜ୍ୱଳାରେ ପ୍ରଭୁ ଶ୍ରୀକୃଷ୍ଣ ଅଚେତ ହୋଇ ସେଠାରେ ପଡି ରହିଥିଲେ ।  ଭକ୍ତ ଗରୁଡ ଏକଥା ଜାଣିପାରି  ସେଠାରେ ପହଞ୍ଚି ବିଷ ହରଣ କରିବା ପରେ  ତାଙ୍କର ଚେତା ଫେରାଇବା ସହ ଲଡୁ ଖୁଆଇଥିଲା  । ସେହି ଲଡୁକୁ ଅମର ଲଡୁ ବୋଲି କହନ୍ତି । ସାକ୍ଷୀଗୋପାଳ ମନ୍ଦିରରେ ସୋମବାର କାଳୀୟ ଦଳନ ପର୍ବ ପାଳିତ ହୋଇଯାଇଛି  । ଏହି ଅବସରରେ  ପାରମ୍ପରିକ ନୀତି ଅନୁଯାୟୀ କୃଷ୍ଣବେଶ ଧାରୀ ଜଣେ ସେବକ ପଦ୍ମଫୁଲ ତୋଳିବା ପାଇଁ ମନ୍ଦିର ପଛ ପାଣ୍ୱର୍ରେ ଥିବା ରାଧାକୁଣ୍ଡକୁ ଯାଇ କାଳି ନାଗର ଦଂଶନ କରିବାରୁ ସେଠାରେ ସେ ଅଚେତ ହେଇଯାଇଥିଲେ । ସେହିପରି ଗରୁଡ ବେଶଧାରି ଗୋପାଳପୁର ପାଟଣା ଗ୍ରାମର ଗୁଡିଆ ସେବକ ନାରାୟଣ ମହାପାତ୍ର  ସେଠାକୁ ଯାଇ ଅଚେତ ହୋଇଥିବା ସେବକଙ୍କୁ ଚେତା କରାଇ ଅମୃତ ଲଡୁ ଖୁଆଇଥିଲେ  । ସୁଚନାଯୋଗ୍ୟ ଯେ   ମହାପ୍ରଭୁଙ୍କ ଦ୍ୱିପହର ଧୂପ ପରେ ଗରୁଡ ସେବକ ନାରାୟଣ ଠାକୁରଙ୍କୁ ପୂଜା ଆରାଧନା କରିବା ପରେ ଆଜ୍ଞା ମାଳ ପୂଜାପଣ୍ଡା ତାଙ୍କୁ ଦେଇଥିଲେ  ।  ଉକ୍ତ ଗରୁଡ ସେବାକୁ ନିଷ୍ଟାର ସହ ବଂଶାନୁକ୍ରମେ  କରିଆସୁଛନ୍ତି ।  ମଠାପାଟ କୁ ପାଇଜାମା, ଅଣ୍ଟାରେ ଘଣ୍ଟିଘାଘୁଡି ମାଳ, ମୁଣ୍ଡରେ କୀରଟି, କାନରେ କୁଣ୍ଡଳ, ନାକରେ ଲମ୍ବାଥଣ୍ଟ, ବେକରେ ଫଲମାଳ, ଦୁଇହାତରେ ଡେଣା ଲଗାଇ ମଶାଲ ସହିତ ଘଣ୍ଟମାଡକରି ରାଧାକୁଣ୍ଡରେ ପହଞ୍ଚିବା ପରେ ଡଙ୍ଗା ସହାର୍ଯ୍ୟରେ ପୋଖରୀ ଭିତରକୁ ଯାଇ ଠାକୁରଙ୍କର ବିଷ ଅପହରଣ କରିଥିଲେ । ଏହି ଦୃଶ୍ୟ ଦେଖିବା ପାଇଁ ପୋଖରୀ ଚତୁପାଶ୍ୱର୍ରେ ଭକ୍ତଙ୍କର ଗହଳି ଲାଗିଥିଲା ।  ଅନ୍ୟ ପକ୍ଷେ  ଗୋଧନ ବାହୁଡା ଧୂପ ପରେ ଠାକୁରଙ୍କ ବିଜେ ପ୍ରତିମା ମଦନ ମୋହନ ସୁସଜିତ ବିମାନରେ ବସି ରଙ୍ଗଣିସାହି ସ୍ଥିତ ଲବଣିଖିଆ ମଣ୍ଡପକୁ  ବିଜେ କରିଥିଲେ । ବିଜେ କରିବା ଆଗରୁ ମନ୍ଦିରର ପୁରୋହିତ ଓ ପୁରାଣ ପଣ୍ଡିତ  ମଣ୍ଡପରେ ପ୍ରତିଷ୍ଠା ହୋମ କରାଯାଇଥିଲା  । ଉକ୍ତ ସାହିରେ ଥିବା କେତକ ଗୋପାଳ ପରିବାରର କୂଳବଧୁମାନେ ବନ୍ଦାପନା କରି ଠାକୁରଙ୍କୁ ସର, ଲବଣୀ,ମାଖନ, ରସାବଳି, ଛେନା, ଖୁଆ ବିଭିନ୍ନ କ୍ଷୀରଜାତ ସାମଗ୍ରୀ ସହିତ ଚୁଡାଘଷା,ଖଇ,ଉଖୁଡା, କୋରା,ଫଳମୂଳ ଆଦି ଭୋଗ କରିଥାନ୍ତି । ସେଥିଯୋଗୁ ଉକ୍ତ ସାହି ଆଜି ଉତ୍ସବ ମୁଖର ହୋଇଉଠିଥିଲା  । ଗୋପାଳ ପରିବାରର ସମସ୍ତ ସଦସ୍ୟ ମାନେ ନୂତନବସ୍ତ୍ର ପରିଧାନ କରିବା ସହ ତାଙ୍କ ଘରେ ବନ୍ଦୁ ବାନ୍ଦବ ଆସିଥାନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts