ads

Breaking News

ବରମୁଣ୍ଡା ବସ୍ ଷ୍ଟାଣ୍ଡ ରେ ଜଳିଗଲା ‘ଚକାଡ଼ୋଳା’ ବସ

 ଭୁବନେଶ୍ୱର   ------- ଆଜି ଭୁବନେଶ୍ୱରର ବରମୁଣ୍ଡାରେ ‘ଚକାଡ଼ୋଳା’ ନାମକ ଏକ ଯାତ୍ରୀବାହୀ ବସ୍ ଜଳିଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ନିଆଁ ଲାଗିଥିବା ଦେଖି ବସ୍‌ ଭିତରେ ଶୋଇଥିବା କର୍ମଚାରୀ ଓ କିଛି ଯାତ୍ରୀ ଓହ୍ଲାଇ ଆସିଥିଲେ । ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଛନ୍ତି। ବସ୍‌ଟି ରାତିରେ କଳାହାଣ୍ଡିରୁ ଭୁବନେଶ୍ୱର ଆସି ବସ୍‌ଷ୍ଟାଣ୍ଡ ପରିସରରେ ଛିଡ଼ା ହୋଇଥିଲା। ବସ୍‌ ଭିତରେ କର୍ମଚାରୀ ଓ ଅନ୍ୟମାନେ ଶୋଇଥିବା ବେଳେ କୌଣସି କାରଣରୁ ଅପରାହ୍ଣରେ ଏଥିରେ ନିଆଁ ଲାଗି ଯାଇଥିଲା। ନିଆଁ ହୁତୁହୁତୁ ହୋଇ ଜଳୁଥିବା ଦେଖି ପାଖରେ ଛିଡ଼ା ହୋଇଥିବା ଅନ୍ୟ ବସ୍‌ ଗୁଡ଼ିକୁ ପ୍ରଥମେ ବାହାର କରି ଦିଆଯାଇଥିଳା।  ପରେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ।ଏସ୍‌ସିରୁ ସର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।   


ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts