ads

Breaking News

ପିପିଲି ବିକାଶ ମଞ୍ଚ ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ

ପିପିଲି-----ପିପିଲି ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ କରିବା ଲକ୍ଷ୍ୟ ନେଇ ନୁତନ କରି ଗଢି ଉଠିଥିବା ପିପିଲି ବିକାଶ ମଞ୍ଚ  ପକ୍ଷରୁ  ପିପିଲି ସରକାରୀ ଡାକ୍ତରଖାନାକୁ ପରିଦର୍ଶନ କରିଥିଲେ  । ପିପିଲି ଡାକ୍ତରଖାନା ଉପରେ  ବହୁ ଜନସାଧରଣ ନିର୍ଭର କରିବା ସହ ଜାତୀୟ ରାଜପଥ ନିକଟବର୍ତ୍ଥି  ହୋଇଥିବାରୁ ପ୍ରତିଦିନ ଦୃର୍ଘଟଣା ଜନିତ ରୋଗି ଆସୁଛନ୍ତି । ଜଣେ ଡାକ୍ତର ପକ୍ଷେ ସବୁ ରୋଗୀଙ୍କୁ ଚିକିତ୍ସା କରିବା ସମ୍ଭବ ନୂହେଁ ବୋଲି ବିକାଶ ମଞ୍ଚ  ଅନୁଭବ କରିଛି  । ଏହାର ସ୍ଥାୟୀ ସମସ୍ୟାର ସମାଧାନ ନେଇ ପିପିଲି ଡାକ୍ତର ପି କେ ସାହୁ ଙ୍କ ସହ ଆଲୋଚନା କରାଯାଇଛି  । ପରେ ପରେ ବିକାଶ ମଞ୍ଚ ପିପିଲି ପୈାରାଞ୍ଚଳରେ ଲାଗି ରହିଥିବା ଡ୍ରେନ୍ଜ ଉପରେ ଜବର ଦଖଲ, ପାଣି ନିଷ୍କାସନ, ଆଲେକ କରଣ , ସାପ୍ତାହିକ ହାଟ ପାଳି ଦିନ  ଟ୍ରାଫିକ ସମସ୍ୟା ରୁ ଦୂର କରିବା ନେଇ ପିପିଲି ପୈାରାଞ୍ଚଳ ବିଭାଗୀୟ ଅଧିକାରିଣି କାଦମ୍ବିନି ଜେନାଙ୍କ ସହିତ ସାକ୍ଷାତ କରି ଏହାର ସ୍ଥାୟୀ ସମସ୍ୟା ଉପରେ ଆଲୋଚନା କରିଥିଲେ ।ଏହି ପରିଦର୍ଶନ ସମୟରେ ପିପିଲି ବିକାଶ ମଞ୍ଚପକ୍ଷରୁ ରାମଚନ୍ଦ୍ର ଦାଶ,ରମେଶ ଶତପଥୀ,ଜବାର ଖାଁ,ରମେଶ ଚନ୍ଦ୍ର ମହାପାତ୍ର,ପୁର୍ଣ୍ଣଚନ୍ଦ୍ର ନାୟକ,ଚନ୍ଦ୍ରମାଧବ ମିଶ୍ର ,ଅୟୁବ ଖାଁ ଏବଂ ହେମନ୍ତ ସେଠୀ ପ୍ରମୁଖ ରହିଥିଲେ  ।
ପିପିଲିରୁ ବିଜୟ କୁମାର ମହାପାତ୍ର

ads

Blog Archive

Popular Posts