ads

Breaking News

ରାଜହଂସ ନିକଟରେ ଅଟିକ ରହିଥିବା ଜାହାଜରୁ ତେଲ ନିଷ୍କାସନ କାର୍ଯ୍ୟ ଜାରି।


ପୁରୀ ----- କୃଷ୍ଣପ୍ରସାଦ ବ୍ଲକର ରାଜହଂସ ନିକଟରେ ଅଟକି ରହିଥିବା ଜାହଜରୁ ତେଲ ନିଷ୍କାସନ କାର୍ଯ୍ୟ ଜାରି ରହିଛି । ଜିନ୍ ହ୍ୱ। -୩୨ ଟାଇମ ଚାଟର ଭେସେଲ ନାମକ ଉଲବାହୀ ଜାହାଜ ବାଂଲାଦେଶ ର ମଙ୍ଗଲା ବନ୍ଦର ଅଭିମୁଖେ ଯାତ୍ରା କରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଜହଂସ ନିକଟରେ ଗତ ୮ ତାରିଖରୁ ଅଟକି ଯାଇଥିଲା । ଏହାର ମରାମତି ଏବଂ ଏଥିରୁ ତେଲ ନିଷ୍କାସନ ନିମନ୍ତେ କୋଲକାତାର ଲଡ଼଼ ବ୍ଲୁଟେକ କମ୍ପାନୀର ୩୦ ଜଣ ଇଞ୍ଜିନିୟର ବୈଷୟିକ ସହାୟତା ପ୍ରଦାନ କରିବା ସହ ଆଜିସୁଦ୍ଧା  ୯ ହଜାର ଲିଟର ତେଲ ନିଷ୍କାସନ କରିଛନ୍ତି। ପ୍ରତି ୪୦ ମିନିଟରେ ୨୨୦୦ ଲିଟର ତେଲ ନିଷ୍କାସନ କରାଯିବା ସହ ପ୍ରତି ଏକ ଘଣ୍ଟା ବ୍ୟବଧାନରେ ଥଣ୍ଡା ରଖିବା ପାଇଁ ମୋଟରକୁ ବନ୍ଦ କରାଯାଇଛି। ଆସନ୍ତା ଦୁଇଦିନ ମଧ୍ୟରେ ତେଲ ନିଷ୍କାସନ କାର୍ଯ୍ୟ ଶେଷ ହେବା ପରେ ଜାହାଜର ମରାମତି କାମ ଆରମ୍ଭ ହେବ ବୋଲି ଜଣାପଡିଛି ।  


 ପୁରୀରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts