ads

Breaking News

ଏମାର ମଠର ଅସୁରକ୍ଷିତ କୋଠା ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ।

 ପୁରୀ ------- ପୁରୀ ଏମାର ମଠର ଅସୁରକ୍ଷିତ କୋଠା ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶାସନର ପ୍ରମୁଖ ତତ୍ତ୍ଵାବଧାନରେ ଏହି ଭାଙ୍ଗିବା ପ୍ରକ୍ରିୟା ଜାରି ରହିଛି। ଉକ୍ତ ମଠ ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ରାତ୍ରି ସମୟରେ ଆଲୋକର ସୁବନ୍ଦୋବସ୍ତ କରାଯାଇଛି। ଏହି ଭାଙ୍ଗିବା ପ୍ରକ୍ରିୟାରେ ମନ୍ଦିର ପ୍ରଶାସନ , ଦେବୋତ୍ତର ବିଭାଗ , ପ୍ରତ୍ନତତ୍ତ୍ଵ ବିଭାଗ ଅଧିକାରୀ ପ୍ରମୁଖ ସାମିଲ ରହିବା ସହ ସ୍ନେକ ହେଲ୍ପଲାଇନ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ। ଉକ୍ତ ଭାଙ୍ଗିବା ପ୍ରକ୍ରିୟା ଜିଲ୍ଲାପାଳ ଶ୍ରୀ ବଲଵନ୍ତ ସିଂ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମାଶଙ୍କର ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାସ ଏବଂ ଉପଜିଲ୍ଲାପାଳ ଶ୍ରୀ  ଭବତାରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କରାଯାଉଅଛି।


 ପୁରୀରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts