ads

Breaking News

ୟୁକୋ ବ୍ୟାଙ୍କ ପକ୍ଷରୁ ବିତ୍ତିିୟ ସ୍ୱାକ୍ଷରତା କାର୍ଯ୍ୟକ୍ରମ


D Senapati
Delang News
ଡେଲାଙ୍ଗ--- ଡେଲାଙ୍ଗ ୟୁକୋ ବ୍ୟାଙ୍କ ଶାଖା ପକ୍ଷରୁ କଅଁଳପଡା ଅଙ୍ଗନୱାଡି କେନ୍ଦ୍ର ପରିସରରେ ବିତ୍ତିୟ ସ୍ୱାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଗ୍ରାମ୍ୟ କୃଷି ବିକାଶ ପରିଷଦର ଏହି କାର୍ଯ୍ୟକ୍ରମକୁ ଆୟାଜନ କରିଥିବା ବେଳେ ସହାୟତା ଦେଇଥିଲେ ଯୁକୋ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ସଂସ୍ଥା  । ଆରବିଆଇର ରିସର୍ଚ୍ଚ ପରସନ ଭୁବନ ମୋହନ ବସ୍ତିଆ, ଓ ୟୂକୋ ଆର,ଏସ.ଇ.ପି.ଆଇର ନିର୍ଦ୍ଦେଶକ ବିଷ୍ଠୁ ଚରଣ ଦଳାଇ, ଡେଲାଙ୍ଗ ୟୁକୋ ବ୍ୟାଙ୍କର ଶାଖା ପରିଚାଳକ ସୁକାନ୍ତ ଚନ୍ଦ୍ର ଦାସ, ସାମ୍ବଦିକ ସନ୍ତୋଷ ପଟ୍ଟନାୟକ, ବ୍ୟାଙ୍କ ମିତ୍ର ଜ୍ୟୋତି ରଜଂନ ପଟ୍ଟନାୟକ ଯୋଗଦେଇ  ବ୍ୟାଙ୍କ ସହିତ ମହିଳା ମାନଙ୍କର ସମ୍ପର୍କ, ଋଣ କାରବାର, ଜମା କରିବା, ଟଙ୍କା ଉଠାଣ, ଏଟିଏମ ବ୍ୟବହାର କରିବା ଆଦି ସମ୍ପର୍କରେ ଆଲେକପାତ ଅତିଥିମାନେ କରିଥିଲେ  । ସେହିପରି  ପ୍ରଧାନମନ୍ତ୍ରୀ ବୀମା ସମ୍ପର୍କରେ ଆଲେଚନା କରିବା ସହ ମହିଳା ମାନେ କିପରି ଗ୍ରାମଉଦ୍ୟୋଗ କରି ସ୍ୱରୋଜଗାର କ୍ଷମ ହୋଇ ପାରିବେ ସେ ସମ୍ପର୍କରେ ଆଲେଚନା କରାଯାଇଥିଲା  । ଗ୍ରାମ୍ୟ କୃଷି ବିକାଶ ପରିଷଦର ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହାନ୍ତାସିଂହ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ  । ଏଥିରେ ୭ଟି ମହିଳା ଗୋଷ୍ଠୀର ସଦସ୍ୟା ଓ ପୁରୁଷ ମାନେ ଯୋଗଦେଇଥିଲେ  । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts