ads

Breaking News

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ଶରଣକୁଳରେ ଜନ୍ମାଷ୍ଟମୀ ଏବଂ ନନ୍ଦୋତ୍ସବ ପାଳିତ




ନୟାଗଡ଼----- ନୟାଗଡ଼ ଜିଲା ଅନ୍ତର୍ଗତ ସରସ୍ବତୀ ଶିଶୁ  ବିଦ୍ୟାମନ୍ଦିର ଉତ୍ତମ ଶିକ୍ଷାଦାନ ପାଇଁ ଯେତିକି ଚର୍ଚ୍ଚିତ ସଂସ୍କାର,ସଂସ୍କୃତି ତଥା ପରମ୍ପରା ବେଶ ନିଆରା। ଶିକ୍ଷାଦାନ ସହ ଧନ୍ଦାମୂଳକ ଶିକ୍ଷା,ଗୁରୁଭକ୍ତି,ଈଶ୍ୱର ଭକ୍ତି ତଥା ସମାଜ ସେବା ପାଇଁ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଖରେ ଦେଖିବାକୁ ମିଳିଥାଏ ।  ଶୁକ୍ରବାର ଜନ୍ମାଷ୍ଟମୀ ଏବଂ ଶନିବାର ନନ୍ଦୋତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।ଛାତ୍ରଛାତ୍ରୀ ରାଧାକୃଷ୍ଣ, ନନ୍ଦ,ଯଶୋଦା,ଗୋପୀ,ଗଉଡ଼ ଆଦି ବିଭିନ୍ନ  ବେଶରେ ସଜ୍ଜିତ ହୋଇଥିଲେ।ବିଦ୍ୟାଳୟରେ ପରମ୍ପରା ଅନୁସାରେ ପ୍ରଥମେ ପୂଜାର୍ଚ୍ଚନା କରିବା ସହ ନୃତ୍ୟ ଏବଂ ସଙ୍ଗୀତର ଆସର ଜମିଥିଲା।ଅନୁଷ୍ଠାନର ପରିଚାଳନା କମିଟି ସଭାପତି ମୁନା ବଡ଼ପଣ୍ଡା, ପ୍ରଧାନ ଗୁରୁଜୀ,ଗୁରୁମା ଏବଂ ଗୁରୁଜୀମାନଙ୍କ ସହାୟତାରେ ଛାତ୍ରଛାତ୍ରୀ ଭିକାରୀପଡା ସମେତ ଶରଣକୂଳ ପରିକ୍ରମା କରିଥିଲେ।

 ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts