ads

Breaking News

ଛାତ୍ରଛାତ୍ରୀ ନିର୍ଦ୍ଧାରଣ କରିବେ ଶିକ୍ଷକଙ୍କ ଯୋଗ୍ୟତା:



ନୟାଗଡ଼:------ ଭାରତ ହେଉଛି ଗୁରୁ ପରମ୍ପରାର ଦେଶ। ବୈଦିକ ଯୁଗରୁ ଗୁରୁଙ୍କ ସ୍ଥାନ ସ୍ବତନ୍ତ୍ର।କିନ୍ତୁ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ଯୋଗ୍ୟତା ମାପିବା ପାଇଁ ସରକାର ଏକ ବିଜ୍ଞପ୍ତି ଜାରିକରିଛନ୍ତି। ଦଶ ମାର୍କ ଆଧାରରେ ଶିକ୍ଷକଙ୍କ ଦକ୍ଷତା ମାପିବେ ଛାତ୍ରଛାତ୍ରୀ। ଶିକ୍ଷାଦାନ,ଶୈଳୀ, ଉପସ୍ଥାପନ ପ୍ରକ୍ରିୟାକୁ ଭିତ୍ତି କରି ଶିକ୍ଷକଙ୍କ ମାନଦଣ୍ଡ ନିର୍ଦ୍ଧାରଣ କରିବେ ଛାତ୍ରଛାତ୍ରୀ। ଭାରତୀୟ ଶିକ୍ଷା ପଦ୍ଧତି ଏବଂ ସଂସ୍କାର ପାଇଁ ଏହା ଏକ ପ୍ରଶ୍ନବାଚୀ। ଶିକ୍ଷାରେ ସଂସ୍କାର ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିବାବେଳେ ସରକାରଙ୍କ ଏଭଳି ନିଷ୍ପତ୍ତି ଶିକ୍ଷାଦାନର ସୁସ୍ଥ ବାତାବରଣ ପାଇଁ ସନ୍ଦିହାନ ସୃଷ୍ଟି କରିବ। ଛାତ୍ରଛାତ୍ରୀମାନେ ପାଠ ପଢିବା ଅପେକ୍ଷା ଶିକ୍ଷକଙ୍କ ଉପରେ ଦୋଷ ଲଦିବାପାଇଁ ଶ୍ରେୟସ୍କର ମାନେକରିବେ ଏବଂ ଶିକ୍ଷକଙ୍କୁ ମିଛ ଉପସ୍ଥାନ ଦେବା ପାଇଁ ବାଧ୍ୟ କରିବେ। ପ୍ରକ୍ରିୟାଟି ଛାତ୍ରଛାତ୍ରୀମାନଙ୍କୁ ପିଲାଦିନୁ ବନ୍ଧୁକ ଚାଳନା ଶିକ୍ଷାଦାନ ଭଳି ପ୍ରତୀୟମାନ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟ ପକ୍ଷେ ଶିକ୍ଷାଦାନ ପ୍ରତି ଅବହେଳା କରୁଥିବା ଓ ଠକୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି ଯୋଜନା ଲାଗୁ ହେଲେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଜଣାପଡିଛି । ସଂଘ ନାମରେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ ଠାରୁ ଦୂରରେ ରହୁଥିଲେ ସେମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି । 
 ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts