ads

Breaking News

ସାକ୍ଷୀଗୋପାଳ ମନ୍ଦିରରେ ନବଜାତ ଶ୍ରୀକୃଷ୍ଣ କ୍ଷୀରପାନ କରି ଝୁଲିଲେ ଦୋଳିରେ


 D Senapati
Sakhigopal news
ସାକ୍ଷୀଗୋପାଳ---   ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିରରେ ନିଶାର୍ଦ୍ଧରେ ମନ୍ଦିର ଶୋଧ କରାଯିବା ପରେ ପାରମ୍ପରିକ ଦେବନୀତି ମଧ୍ୟରେ ପୁଜାପଣ୍ଡା, ପୁରାଣ ପଣ୍ଡିତ, ଭଣ୍ଡାର ମେକାପ, ପାଳିଆପତ୍ରି, ଆପଟ, ପୁରୋହିତ, ସିଂହାରୀ, ମଣ୍ଡଣିସୁଆଁସିଆ ସେବକ ସାମିଲ ହୋଇ ଘଣ୍ଟ, ଛତ୍ରି, ତ୍ରାସ, ମଶାଲ ବାଜା ବାଜି ଶ୍ରୀକୃଷ୍ଣଙ୍କର ଜନ୍ମବିଧି କୋରା ଭୋଗ କରାଯାଇଥିଲା  ।  ନବଜାତ ଶିଶୁ କୃଷ୍ଣଙ୍କୁ ପାରମ୍ପରିକ ବିଧି ଅନୁସାରେ  ବସୁଦେବ ସେବକ ମୁଣ୍ଡରେ ବୋହିନେବା ବେଳେ ଉଗ୍ରସେନ ସେବକ  ହାତରେ ଧରାପଡିବା  ।  ଉଗ୍ରସେନ ସ୍ୱୟଂ ନାରାୟଣଙ୍କ ଦର୍ଶନ ପାଇବା ପରେ ବାଟ ଛାଡିଦେଇଥିଲେ  ।  ବାଟରେ ଘଡଘଡି ସହ ବର୍ଷା ପବନ ହେବା ସହ ନବଜାତ ଶିଶୁ ଶ୍ରୀକୃଷ୍ଣ ଓଦା ହେବାଦେଖି ତୁରନ୍ତ ନାଗରାଜ ତାର ଫଣା ଟେକି ରଖିଥିଲା  । ପରେ ପରେ ଶିଶୁ କୃଷ୍ଣଙ୍କୁ କ୍ଷୀରପାନ କରାଯିବା ପରେ ସେବାୟତ ମାନେ ପ୍ରଭୁ ବାଳକ ଶ୍ରକୃଷ୍ଣଙ୍କୁ  ଦୋଲିରେ ଝୁଲାଇଥିଲେ  । ଶନିବାର ସକାଳେ ଭକ୍ତମାନେ ମଧ୍ୟ ଠାକୁରଙ୍କୁ ଦୋଳିରେ ଝୁଲାଇବାର  ସୁଯୋଗ ପାଇଥିଲେ  । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts